The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sunanda Mohanty

Drama Romance

3  

Sunanda Mohanty

Drama Romance

ଜରଦଗବ

ଜରଦଗବ

1 min
42



ଜୀବନର ଏଇ ସାଦା କାଗଜରେ 

କିଛି ଟିକେ ଲେଖିନିଅ 

ଜୀବନର ଏଇ ସାଦା ମଲାଟରେ 

ଛବିଟେ ତ ଆଙ୍କି ଦିଅ ।

ଜୀବନର ଏଇ ମଲାନଈ ଧାରେ 

ଗଛ ଟେ ତ ଵନିଯାଅ 

ଜୀବନର ଏଇ ଶୁଷ୍କ ଆକାଶରେ 

ପକ୍ଷୀ ଟେ ତ ହୋଇଯାଅ ।

ଜୀବନର ଏଇ ପ୍ରଥମ ପୃଷ୍ଠାରେ 

କାହାର ଏ ହସ୍ତାକ୍ଷର କୁହ 

ଜୀବନର ଏଇ ମାଧ୍ୟମ ଫର୍ଦରେ 

କାହା ଛବି ଆଙ୍କି ଦେଇ ଯାଅ ।

ଜୀବନର ଏଇ ଶେଷ ପୃଷ୍ଠାରେ 

କିଏ ଲେଖିଗଲା କେତେ କଥା 

କିଏ ସେହି ପକ୍ଷୀ, ଝାଡିଦେଲା ଡେଣା 

ଗଛରେ ରହିଛି ଲାଖି ।

ଜରଦଗବ ମୁଁ ଦେଖୁଛି ସବୁକୁ 

ହଜମ କରୁଛି ଆଖି 

ନଈରେ ନାଉରୀ ଆକାଶରେ ପକ୍ଷୀ 

ଗଛରେ ପାପ ପୂଣ୍ୟ ଫଳ ଯାଇଛି ଶୁଖି 

ସରି ଆସିଲାଣି ମୋ ବେଲକାଳ ସଖି

 ସବୁ ସେଇ ସାକ୍ଷୀ ଚକାଆଖି ।


Rate this content
Log in

More oriya poem from Sunanda Mohanty

Similar oriya poem from Drama