Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

4  

Kunja Bihari Dalai

Inspirational

ଜନ୍ମଭୂମିର ମୋହ

ଜନ୍ମଭୂମିର ମୋହ

1 min
383


ସୀତା ଉଦ୍ଧାରିବା ପାଇଁ ରାମଚନ୍ଦ୍ର

ସାଥେ ଅନୁଜ ଲକ୍ଷ୍ମଣ  

ଉପସ୍ଥିତ ହେଲେ ସିନ୍ଧୁ ତଟେ ପୁଣି

ଜାମ୍ବବାନ ହନୁମାନ ।


ସମୁଦ୍ର ତଟରେ ବିଶାଳ ପାଦପ

ଢଳିଛି ଜଳ ଆଡକୁ  

ଅନେକ ଚଢ଼େଇ ବସା ଅଛି ତହିଁ

ଦିଶୁଥିଲା ଲକ୍ଷ୍ମଣଙ୍କୁ ।


ବଡ଼ ଢେଉ ଯେବେ ଆସୁଥାଏ ମାଡ଼ି

ଦ୍ୱିଜ ଯାଉଥାନ୍ତି ଉଡ଼ି  

ଢେଉ ଚାଲିଗଲେ ଫେରନ୍ତି ନୀଡ଼କୁ

ଡେଣା ଦୁଇ ତାଙ୍କ ଝାଡି ।


ଭ୍ରାତାଙ୍କୁ ସୌମିତ୍ରୀ ପଚାରନ୍ତି ପ୍ରଭୁ

ଏହାର ରହସ୍ୟ କ'ଣ ?

ଅନ୍ୟ ବୃକ୍ଷେ ବସା ନ'ବାନ୍ଧନ୍ତି କିଆଁ

ଏଠାକାର ଦ୍ୱିଜ ଗଣ ।


ଶ୍ରୀରାମ କହନ୍ତି ବୁଝାଇ ଲକ୍ଷ୍ମଣେ

ଜନ୍ମଭୂମି ଆକର୍ଷଣ  

ଏମାନଙ୍କୁ ବାଧ୍ୟ କରୁଛି ନ'ଯାଅ

ଅଜଣା ଅଚିହ୍ନା ସ୍ଥାନ ।


ଦେଖ ସଉମିତ୍ରି କାନିରେ କେମିତି 

ବାନ୍ଧିଛି ଅଯୋଧ୍ୟା ମାଟି  

ଜନ୍ମଭୂମି ପ୍ରୀତି ଥାଏ ଅନୁବର୍ତ୍ତୀ

ସମସ୍ତଙ୍କ ସେହି ମତି ।


ସତ୍ୟରକ୍ଷା ପାଇଁ ବନବାସୀ ହୋଇ

ବୁଲୁଥିଲେ ଆମେ ତିନି  

ଦେଖିଛୁ କି କେବେ ବିପଦେ ଆହବେ

ମୃତ୍ତିକା ବିଚ୍ଛେଦ ଘେନି ।


ସୀତା ବିଚ୍ଛିନ୍ନତା ସକାଶେ ଆଗତା

ଆମେ ସିନା ସିନ୍ଧୁ ତଟ  

ତଥାପି ଦେଖ ମୋ ଅଞ୍ଚଳରେ ବନ୍ଧା

ରହିଛି ମୃତ୍ତିକା ସ୍ପଷ୍ଟ ।



Rate this content
Log in

Similar oriya poem from Inspirational