STORYMIRROR

DILIP KUMAR SAHOO

Inspirational Others

3  

DILIP KUMAR SAHOO

Inspirational Others

ଜୀବନଟା ନୁହେଁ ପକ୍କାରାସ୍ତା

ଜୀବନଟା ନୁହେଁ ପକ୍କାରାସ୍ତା

1 min
177

ହଜିଲା ଅତୀତ ମନଛୁଆଁ ଗୀତ

ଭାବିବାକୁ ଲାଗେ ଭଲ

ହଜିଲା ଦିନକୁ ଖୋଜି ହେଲେ ଆଜି

ମନହୁଏ କଲବଲ ।

ପଛକୁ ଚାହିଁଲେ ଆଖି ପାଏନାହିଁ

ଆଗରେ ତ ଲମ୍ବା ରାସ୍ତା

ମନୋବଳ ଯଦି ଟାଣ ନକରିବ

ହରାଇ ବସିବ ଆସ୍ଥା ।

ଅବୁଝା ମନକୁ ବୁଝାଇ ବୁଝାଇ

 ଚାଲିବାକୁ ହେବ ବାଟ

ଚାଲିବାକୁ ସାଥେ ସାଥି ନମିଳିଲେ

ଚାଲ ଧରି ଛାଇ ହାତ ।

ଗଲାକାଲି ଅବା ଆସନ୍ତା କାଲିକୁ

ମନରୁ ପାଶୋରି ଦିଅ

ଆଜି କାମକୁ ତ ଏବେ କରିଦେଇ

ଖୁସିରେ ବିଭୋର ହୁଅ ।

ମନେ ରଖିଥିବ ଜୀବନ ଖାତାରେ

ଇଏତ ଅପଢା ପାଠ

ଜୀବନ ଟା ନୁହେଁ ପକ୍କା ରାସ୍ତା ଜମା

ଖାଲଖମା ଭରା ବାଟ।



రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational