ଜୀବନ୍ତ କବିତା ମୁଁ
ଜୀବନ୍ତ କବିତା ମୁଁ
ଥରେ ଖାଲି ପଢ଼ିନିଅ
ମନର କବିତା
ମାପିନିଆ ପ୍ରେମର ଗଭୀରତା
ଦେଖିନିଅ ଅନ୍ଧାରେ
କେମିତି ଜଳୁଛି ମୋ ଜୀବନ ସଳିତା ।
ମୌନାବତୀ ମୁଁ
ମନର ଦର୍ଜା ଖୋଲିଦିଅ
କହିଦେବି ଯେତେ ଅଛି
ମନ କଥା
ସବୁ ହସ,ସବୁ କାନ୍ଦ ସବୁ ସତ
କେଉଁଥିରେ ଟିକେ ନାହିଁ ଆବିଳତା,
ଏ ସବୁ ଅବୁଝା କବିତା ନୁହେଁ
ଗୋଟିଏ ଗୋଟିଏ ଅଲେଖା କବିତା
ତୁମେ ପଢିଲେ
ଲାଗିବ ମୁଁ ଏକ ଜୀବନ୍ତ କବିତା ।
ରାତିତ ଯାଉଛି ସରି
ସରୁ ନାହିଁ ସ୍ୱପ୍ନ
ଆଖିରେ ସାଇତି ରଖିଛି
ଯେତେ ବଳକା ସ୍ୱପ୍ନ,
ବାରମ୍ବାର ମରି ମରି ବଞ୍ଚୁଛି ଏଠି
ତୁମ ସ୍ମୃତିକୁ ଗଳାରେ କରି ମୁକ୍ତା ହାର
ଜୀବନ କବିତାରେ ତୁମ ନାମ ଅଛି
ତଥାପି ଘାରିଛି ଏଠି ଏକଲାପଣ ।
ଦେଖିଯାଅ ଆସି
ଅନ୍ଧାରରେ କେମିତି ଝୁଂଟୁଛି
କେମିତି ବଞ୍ଚିଛି ଏମିତି ଏଠି,
ପ୍ରେମ ଏକ ନିଆଁ ଅଣ୍ଟାରେ ଖୋସିଛି
ଲିଭୁ ନାହିଁ
ହୃଦୟ ନିଆଁରେ ଜଳୁଛି,
ଦୁଃଖ ସୁଖ ସାଉଁଟି ସାଉଁଟି
ଆଖିରୁ ଝରୁଛି ଲୁହ
ମନରେ ଉଠୁଛି କୋହ,
ତୁମ ପାଇଁ ଜୀବନ୍ତ କବିତା ମୁଁ
ତୁମେ ପଢି ନିଅ
ଜୀବନର ସାଥି ମୋର
ମୋତେ ଆସି ତୋଳି ନିଅ ।

