STORYMIRROR

Kamal Kumar Dash

Inspirational

3  

Kamal Kumar Dash

Inspirational

ଜୀବନର ପଥ

ଜୀବନର ପଥ

1 min
328


ଜୀବନର ପଥ ଅଙ୍କା ବଙ୍କା ନଈ

ହସ କାନ୍ଦ ଢେଉ ଭରା

କେବେ ସେ ସବୁଜ କେବେ ସେ ଶୀତଳ

ଆଉ କେବେ ଟାଣ ଖରା (1)

ବାଲି ଘର ଥରେ ଭାଙ୍ଗି ଗଲେ ସାଥୀ

ହୋଇଯିବ ଫୁଣି ଠିଆ

ଆମାନିଆ ମନ ଥରେ ଭାଙ୍ଗି ଗଲେ

ହେବ ନାହିଁ କେବେ ନୂଆ (2)

ଲେଖି ଚାଲ ବନ୍ଧୁ ପ୍ରେମର କବିତା

ମନ ଭରୁ ସପନରେ

ଧୋଇ ଦିଅ ସବୁ ମନର ଦୁଃଖକୁ

ପ୍ରୀତି ମନ୍ଦାକିନୀ ନିରେ (3)

ଆଲୋକ ବର୍ତିକା ହୋଇ ଚାଲିଥିବି

ସାଥି ମୁଁ ତୁମରି ସାଥେ

ଝଡ ଓ ଝଞ୍ଜା ରେ ଅମା ଅନ୍ଧକାରେ

ହାତ ରଖି ତୁମ ହାତେ (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational