Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satapathy

Classics Inspirational

4.8  

Kalpana Satapathy

Classics Inspirational

ଜୀବନର ମଧୁଶାଳା

ଜୀବନର ମଧୁଶାଳା

1 min
289


ଜୀବନଟା ଏକ ମଧୁଶାଳାଟିଏ

ପିଇବାକୁ ହୁଏ ଲୁହ

ଲୁହ ପିଇପିଇ ବଞ୍ଚିବାକୁ ହୁଏ

ହେଲେ ତା ସହଜ ନୁହଁ।


ଜୀବନଟା ପରା ପଶା ଖେଳଟିଏ

ହାର ଜିତା ଲାଗିଥାଏ

ଏଇ ସଂସାରରେ ସତରେ ସୁଖରେ

ଶାନ୍ତିରେ ଅଛି କି କିଏ ।


ସୁଖ ଦୁଃଖ ମିଶି ନରହିବ ଯଦି

ସିଏ ତ ଜୀବନ ନୁହଁ

ଜୀବନଟା ଏକ ମଧୁଶାଳାଟିଏ

ପିଇବାକୁ ହୁଏ ଲୁହ।


ଜୀବନ ହିଁ ଦିଏ ପରିଚୟଟିଏ

ବଞ୍ଚିବା ପାଇଁକି ରାହା

ଆଶା ନିରାଶାର ହାଟ ଏ ସଂସାର

ମିଳେନା ଖୋଜିଲେ ଯାହା ।


ଜୀବନର ମାନେ ଖୋଜୁ ଖୋଜୁ ଦିନେ

ସରେ ବଞ୍ଚିବାର ମୋହ

ଜୀବନଟା ଏକ ମଧୁଶାଳାଟିଏ

ପିଇବାକୁ ହୁଏ ଲୁହ।



Rate this content
Log in

Similar oriya poem from Classics