ହେ ଈଶ୍ୱର
ହେ ଈଶ୍ୱର
1 min
183
ହେ ଈଶ୍ୱର ହେ ଈଶ୍ୱର
କରିଦିଅ ମୋତେ ତୁମେ ନିଜର
ମଲା ବେଳେ ମୋତେ କରୁଣା କରିବ
ସ୍ଥାନ ଦେବ ମୋତେ ଚରଣେ ତୁମର
ତୁମେ ବିନା ମୁ ଯେ ଚାହେଁ ନାହିଁ କିଛି
ମିଛ ମାୟା ସଂସାର ଏତିକି ଜାଣିଛି
ମୋ ମନରେ ତୁମକୁ ସଦା ମୁ ଦେଖୁଛି
ତୁମରି ଦର୍ଶନରେ ସବୁ ସୁଖ ମିଳୁଛି
ଯେତେ ବେଳେ ମୁହିଁ ବିପତ୍ତି ରେ ଥିବି
ଆସୁ ଥିବ ତୁମେ ପାଖେ ମୋହର
ହେ ଈଶ୍ୱର ହେ ଈଶ୍ୱର...
ଅଭାବି ଜୀବନ ରେ ଭାବ ଲଗାଇଛ
ମିଛ ସମ୍ପର୍କ ଠାରୁ ଦୂରେଇ ରଖୁଛ
ଦେଇ ପାରୁ ନାହିଁ ତୁମକୁ ମୁ କିଛି
ତୁମ ପାଇଁ ମୁ ସବୁ ତ ପାଉଛି
ଅସତ୍ୟ ପଥ ରୁ ଦୂରରେ ରଖିବ
ଦାସକୁ କରିବ ତୁମେ ଆପଣାର
ହେ ଈଶ୍ୱର ହେ ଈଶ୍ୱର...