ବିଶ୍ବାସର ପାଦ
ବିଶ୍ବାସର ପାଦ
ସମର୍ପଣ ଭାବଟିଏ
ଗଜୁରୀ ଉଠିଲେ
ଆତ୍ମା ଓ ଶରୀର
ଚହଲି ଯାଏ
ଛୁଇଁଯାଏ
ବିଶ୍ବାସର ପାଦ।
ଭାବ ଭକ୍ତିର ଦ୍ରୁମେ
ଶାଖା ମେଲି
ଫୁଟି ଉଠନ୍ତି
ଆଧ୍ୟାତ୍ମିକ ର ଫୁଲ
ମଥା ଟେକି
ଠିଆ ହୁଅନ୍ତି ଅରୁପଙ୍କୁ ଛୁଇଁ
ହୃଦୟ କିନ୍ତୁ
ନଇଁ ପଡେ
ଭକ୍ତି ଫଳ ଭାରେ।
ନୈସର୍ଗିକ ଖୁସି ଟୋପେ
ଖସି ପଡେ
ହାତ ପାପୁଲିରେ
ଜୀବନ ଜନ୍ମ
ହୋଇଯାଏ ସାର୍ଥକ।
ପଛ କରି ସବୁ
ପାର୍ଥିବ ସତ୍ତା
ଆଗକୁ ସେ ଧାଏଁ
କେଉଁ ଏକ ନିଟୋଳ ପଣ ଗ୍ରାସ କରିଥାଏ
ମୁକୁଳା ଜୀବନ ଉଛ୍ୱାସ
ଜାବୋଡି ଧରିଥାଏ।