STORYMIRROR

Sagar Kumar Parida

Tragedy

4  

Sagar Kumar Parida

Tragedy

ଜୀବନର ଦୀପ ଲିଭି ଲିଭି ଆସେ

ଜୀବନର ଦୀପ ଲିଭି ଲିଭି ଆସେ

1 min
544

ଜୀବନର ଦୀପ ଲିଭି ଲିଭି ଆସେ

          ମରତ ଉପରେ ମୋର

ଶମନ ପୁରରୁ ଚିଠି ଆସିଲାଣି

          ଗଣ୍ଠିଲି ବାନ୍ଧ ଏଥର ।।


ଅମୂଲ୍ୟ ମାନବ ଜୀବନ ବିଭୁଙ୍କ

          ଆଶିଷ ବଳରେ ପାଇ

ଧନ ଦାରା ସୁତ ନାମ ଯଶ ପଛେ 

          ସାରିଦେଲି ଧାଇଁ ଧାଇଁ ।।


ହରି ନାମ ମୁଖେ ନ ଧରିଲି କେବେ

          ବୃଥା ଅଂହଙ୍କାରେ ଜଡି

ସୁକର୍ମକୁ ତେଜି କୁକର୍ମରେ ମଜ୍ଜି 

          ପାପ ପଙ୍କେ ଗଲି ବୁଡି ।।


ଗୀତା,ଭାଗବତ ପଢିବା ପାଇଁକି

          କେବେ ମନ ନ ବଳିଲା 

ଗୁରୁପଦ ସେବା କେମିତି କରିବି  

          ଅର୍ଥ ପ୍ରେମିକା ସାଜିଲା ।।


କାମିନୀ କାଞ୍ଚନ ପଛେ ଧାବମାନ 

          ହୋଇ ସାରିଦେଲି କାଳ

ଏବେ ସେହିକାଳ ହୋଇ ମହାବଳ 

          ସାରିଦିଏ ମୋର ଖେଳ।।


ଅସାର ସଂସାରେ ସୁଖ ଖୋଜୁ ଖୋଜୁ 

          ସରିଗଲା ମୋ ଆୟୁଷ

ରୋଗ ଜରା ବ୍ୟାଧି ହେଲେ ତନୁସାଥି 

           ନମିଳେ ସୁଖ ପୀୟୂଷ।। 


ପିତା ମାତା ସେବା କରିବା ପାଇଁକି 

           ସମୟ ଅଭାବ ଘୋର

ତାମସିକ ଗୁଣେ ବନ୍ଧିତ ଜୀବନ 

           ସତେ କି ନରକ ଦ୍ୱାର ।।


ଚଉରାଶି ଲକ୍ଷ ଯୋନି ଭ୍ରମି ଭ୍ରମି

          ମୋକ୍ଷ ପାଇବାର ଆଶେ

ପାଇଥିଲି ଯେଉଁ ମାନବ ତନୁଟି 

          ପଡ଼େ ଏବେ ଯମ ଫାଶେ।।


ହେ ନୀଳକନ୍ଦର ସିନ୍ଧୁସୁତା ପତି

          ତୁମେ ନ ହେଲେ ଭରଷା

ବୈକୁଣ୍ଠ ପୁରକୁ ଯାଇ ନ ପାରିବି

          ଭୋଗିବି ଘୋର ଦୁର୍ଦ୍ଦଶା ।।

  

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy