STORYMIRROR

Karisma Dash

Inspirational

3  

Karisma Dash

Inspirational

ଜୀବନ ଗଙ୍ଗା

ଜୀବନ ଗଙ୍ଗା

1 min
13.5K


ଜୀବନ ଗଙ୍ଗା ବୋହି ଚାଲୁଥାଏ ସତେ ଯେମିତି ଅସରନ୍ତି ସମୁଦ୍ର

ସମୁଦ୍ରର ଶାମୁକା ଭଳି ଛୋଟ ଜୀବନଟାରେ

ସମୁଦ୍ର ପାଣି ଭଳି ଅସରନ୍ତି ଝଡ ଝଞ୍ଜା

ପିଲାଟିଏ ଥିଲି ବାପା ପାଖେ କରୁଥିଲି ଅଳି

ଭାଇ ଭଉଣୀ ସହ କେତେ କଳି

ମା ପାଖେ ଶୋଉଥିଲି ମୁଣ୍ଡ ଗୋଞ୍ଜି

ଚୁଲି ପାଖେ ବସି ପୋଡ଼ୁଥିଲି ତେନ୍ତୁଳି ମଞ୍ଜି

ନଥିଲା ବିଜୁଳି ନଥିଲା ଫାଇବର ଥାଳି

କଦଳୀ ପତ୍ରର ମହକରେ

ଚୁପଚାପ ଖାଉଥିଲି ଶୁଣି ଜେଜେଙ୍କ ଗାଳି

ଆଜି ଅଛି ମୋ ପାଖେ ବଡ ଘରକୁ ବଡ କାର

ସବୁ ଡାକୁଛନ୍ତି ମୋତେ ସାର ସାର

ଡାଇନିଂ ଟେବଲ ବି ଅଛି, ଅଛି ରେଷ୍ଟୁରାଣ୍ଟର ଆହାର

ହେଲେ ନାହିଁ ମୋ ପାଖେ ମା ବାପାର ପ୍ୟାର

ଶୋଇ ଶୋଇ ଭାବୁଛି ଚାଲିଯାନ୍ତା କି ସବୁ

ନାହିଁ କିଛି ମୋର ଦରକାର

ହେଲେ ଫେରିଆସନ୍ତା ସେ ପିଲା ବେଳର ସେହି ଧୂଳିମାଟିର ଘର ମୋର

ଜୀବନ ଗଙ୍ଗା ଫେରିଯା ଟିକେ

ଭସେଇ ନେଇଯା ମୋତେ ମୋ ଅତୀତକୁ

ଯୋଉଠି ନାହିଁ ପଇସା ପଛରେ ଦୌଡ଼ିବାର ସଂଘର୍ଷ ନା ଅଛି ଅହଂକାର

ଜୀବନ ଗଙ୍ଗା ନେଇଆ ମୋତେ

ମନେ ପଡେ ମୋ ଦିନ ପିଲାବେଳର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Karisma Dash

Similar oriya poem from Inspirational