ଜଗନ୍ନାଥ
ଜଗନ୍ନାଥ
1 min
50
ଈନ୍ଦ୍ରଧନୁର ସାତଟି ରଙ୍ଗରେ ଆକାଶ ଯାଇଛି ସଜ୍ଜି
ପୁରୀର ନୀଳାଧାମରେ ଯାଏ ମୋ ମନ ହଜି ହଜି
ସାତଟି ରଙ୍ଗର ବେରଙ୍ଗ ଫୁଲ ସେ
କିଏ ବା ପାରିବ ତାକୁ ତୋଳି
ତାଙ୍କରି ସେବାରେ ଯାଉ ଏ ଜୀବନ
ମିଶିଯାଉ ହୋଇ ମାଟି, ଧୂଳି ।।
କିଏ ଡାକେ ତୋତେ କାଳିଆ ପୁଣିତ
କିଏ ଡାକେ ନିଲାଚଳନାଥ,
ତୁ ପରା ମୋ ବଡ଼ ଠାକୁର ତୁ ପରା ମୋ ଜଗନ୍ନାଥ
ଓଃ ଜଗନ୍ନାଥ ।।
ଜନମିଛି ଦିନେ ତାଙ୍କରି କୃପାରୁ,
ମରିବି ଦିନେ ବି ତାଙ୍କରି କୃପାରୁ
ସିଏ ପରା ସେଇ ଅନାଥର ନାଥ
ସିଏ ପରା ମୋ ଜଗନ୍ନାଥ,
ଜଗନ୍ନାଥ ଜଗନ୍ନାଥ ।।
