STORYMIRROR

Karisma Dash

Others

3  

Karisma Dash

Others

ସୈନିକ

ସୈନିକ

1 min
601


ଜୀବନ କଣ ପଚାର ଆମ ସୈନିକ ମାନଙ୍କୁ

ତାର ଉତ୍ତର ତାଙ୍କଠୁ ଭଲ କିଏ ଦେବ

ଜଣେ ସୈନିକ ମୁହଁ ରୁ ଶୁଣିବା ତାର ଜୀବନ ର କାହାଣୀ


ମୁ ଯେବେ ଥିଲି ପିଲାଟିଏ ମାଟି ମା ପାଇଁ ମରୁଥିଲି

ଜୀବନର ଗୋଟେ ଆଶା ଥିଲା ବନ୍ଦେମାତାରମ ଗାଉଥିଲି

ମା ମୋର କାନ୍ଦୁଥିଲା ବାପା ମୋତେ ଗାଳି କରିଥିଲେ

ହେଲେ ବି ମୁଁ ସୈନିକରେ ଯୋଗଦାନ କଲି

କେମିତି ଭୁଲିବି ସେ ବରଫ ପାହାଡ଼

ସେ ଗରମ ସଡକ

ସେ ଗୁଳି ବନ୍ଧୁକ

ଅଦିନିଆ ବିଜୁଳି ଚଡକ

ଚିଠି ଲେଖି କହୁଥିଲି ମା ମୁଁ ଠିକ ଅଛି ବାପାଙ୍କୁ କହିବୁ ଭଲ ଅଛି

ମନେ ମନେ ବହିଯାଉଥିଲା ଚକ୍ଷୁ ରୁ ଅଶ୍ରୁଧାର

ମନେ ପଡୁଥିଲା ଘର ର ଆହାର

ପୋଡା ରୋଟି କୁ ପାଣିଆ ଡାଲି

କେବେ କେବେ ଥାଏ ଗିନା ମୋ ଖାଲି

ସ୍ତ୍ରୀ ଆସିଥାଏ ନୂଆ ନୂଆ ବାହା ହେଇ

କାନ୍ଦୁଥାଏ ସ୍ୱାମୀ କୁ ଝୁରି ହେଇ

ମନେ ପଡେ ସେ ଅଭୁଲା ରାତି

ତା ସହ କେତେ ମିଠା ମିଠା ସ୍ମୃତି

ସଖାଳେ ଗାଧେଇ ପିନ୍ଧେ ମୋଟା ସିନ୍ଦୂର

ଭଗବାନ ଙ୍କୁ ଡାକୁଥାଏ ସ୍ୱାମୀ ନ ହଉ ଦୂର

କେତେ କର୍ତ୍ତବ୍ୟ ମୋର ଭଉଣୀ ର ବାହାଘର

ସ୍ତ୍ରୀ ର ସଂସାର ବାପା ମାଙ୍କ ପରିବାର

ଭାଙ୍ଗିନଯାଉ ମୋ ଖୁସିର ସଂସାର

ଡର ଲାଗୁଥାଏ ଜୀବନକୁ ମୋର

ଵଂଚିବା ମାରିବା ଗାର ରେ ମୁ

ଜଣେନି କେବେ ବି ଲିଭିଯାଇ ପାରେ ଜୀବନ ମୋର

ହେଲେ ନାହିଁ ସବୁ କିଛି ଛାଡ଼ି ଯିବାକୁ ପଡ଼ିବ ଯୁଧ୍ୟ କ୍ଷେତ୍ର

ଫୁଟିଯାଉ ପଛେ ମୋ ଦୁଇ ନେତ୍ର

ପରିବାର ପଛେ ଥାଉ ହେଲେ ଥାଉ ମୋ ଭାରତ

ତା ପାଇଁ ନାହିଁ କିଛି ବି ସରତ

ମରିଯିବି ପଛେ ମରିବନି ମୋ ଦେଶ

ଆମେ ହି ଆମ ଦେଶ ର ଯଶ

ଵନ୍ଦେ ମାତ୍ରମ କହିବି ହସି ହସି

ଜୀବନ ଦେବି ହେଲେ ହେବିନି ଦୋଷୀ

ଏତିକି କହିବି ଭାରତ ବାସୀ କେବେ ସହିବେନି କଷ୍ଟ

ମୁ ପଛେ ମୋ ଜୀବନ କରିବି ନଷ୍ଟ

ଵନ୍ଦେ ମାତାରମ

ଭାରତ ବାସୀ ଙ୍କୁ ମୋ ସଲାମ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Karisma Dash