STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୪୫

ଜୀବନ ଗୀତା-୪୪୫

1 min
226

ଜୀବନରେ ବୁଝାମଣା ଭାବଟି

ଜଟିଳ ଗଣିତ

ମିଳେନାହିଁ କେବେବି ସହଜିଆ

ସରଳିଆ ସୂତ୍ର ॥୦॥

ଏତେ ଏଠି ଭାଷା ଏତେବି ଭାବ

ତଥାପି କାହିଁକି ରହେ ଅଭାବ

ଚାରିଆଡେ ଅବୁଝାମଣା ମନ୍ତ୍ର

ଖାଲି ଉଚ୍ଚାରିତ ॥୧॥

ଅର୍ଥ କେବେ କରେ ଅନର୍ଥ ଏଠି

ଭାବରେ ଅଭାବ ରହେ କେଉଁଠି

ଚତୁର୍ଦ୍ଦିଗେ ଖାଲି ଭଂଗାରୁଜାର

ବିକଳାଙ୍ଗ ଚିତ୍ର ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational