ଜୀବନ ଗୀତା-୪୪୫
ଜୀବନ ଗୀତା-୪୪୫
ଜୀବନରେ ବୁଝାମଣା ଭାବଟି
ଜଟିଳ ଗଣିତ
ମିଳେନାହିଁ କେବେବି ସହଜିଆ
ସରଳିଆ ସୂତ୍ର ॥୦॥
ଏତେ ଏଠି ଭାଷା ଏତେବି ଭାବ
ତଥାପି କାହିଁକି ରହେ ଅଭାବ
ଚାରିଆଡେ ଅବୁଝାମଣା ମନ୍ତ୍ର
ଖାଲି ଉଚ୍ଚାରିତ ॥୧॥
ଅର୍ଥ କେବେ କରେ ଅନର୍ଥ ଏଠି
ଭାବରେ ଅଭାବ ରହେ କେଉଁଠି
ଚତୁର୍ଦ୍ଦିଗେ ଖାଲି ଭଂଗାରୁଜାର
ବିକଳାଙ୍ଗ ଚିତ୍ର ॥୨॥
