STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୫୮

ଜୀବନ ଗୀତା-୩୫୮

1 min
170


ଜୀବନାବେଗର ବିଭୁତି ବୋଳି

ସଭିଏଁ ହୁଅନ୍ତି ବିଭୋର

ସେ ବିଭୁତି ଯେବେ ପାଉଁଶ ପାଲଟେ

ସଂସାର ହୁଏ ଛାରଖାର ॥୦॥

କେତେ ଆୟୋଜନ କେତେ ଅଭିଯାନ

ଅଢେଇ ଦିନର ଜୀବନ ପାଇଁ

କେତେ ଆକର୍ଷଣ କେତେ ପ୍ରଲୋଭନ

ଅଢେଇ ହାତର ଦେହକୁ ନେଇ

ଚେନାଏ ସପନ ଚମକୁଥାଏ

ଆଖିରେ ଆଖିଏ ଅନ୍ଧାର ॥୧॥

କେବେ ଅସହାୟ କେବେ ନିରୁପାୟ

ଜୀବନ ଜିଇଁବା ନୁହେଁ ସହଜ

କେତେ ଆହାଉହୁ କେତେ ଲୁହଲହୁ

ତଥାପି ଜୀବନ ରଙ୍ଗ ମୁରୁଜ

ଉଜାଣି ସମୟ ଉଜାଡି ଦିଏ

ଅସମୟରେ ପ୍ରତିଥର ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational