STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୫୫

ଜୀବନ ଗୀତା-୩୫୫

1 min
515


ଏ ଜୀବନ କେବେ

ବହଳ ଅଂଧାର

କେବେ ଆଲୁଅରେ

ପୁଣି ସେ ଉଜ୍ଜଳ ॥୦॥

ଉଜାଣି ଢେଉରେ ଭାସୁଥାଏ କେବେ

ଜୀବନର ତରୀ

ଅନୁକୂଳ ସ୍ରୋତେ ପୁଣି ସହଜରେ

ଯାଏ ସେ ପହଁରି

ଜୀବନର ଏତ ରୀତି ବିପରିତ

ଯେତିକି ସେ ଶାନ୍ତ

ସେତିକି ଉଚ୍ଛଳ ॥୧॥

ଆଙ୍ଗୁଳି ସନ୍ଧିରୁ ଖସିଯାଏ କେବେ

ସମୟର ବାଲି

ଯୋଡାତାଳି ଦେଇ ବଂଚିବାକୁ ହୁଏ

ସଂପର୍କରେ ଖାଲି

ଜୀବନର ଏତ ରୀତି ବିପରିତ

ଯେତିକି ସେ ରୁଦ୍ର

ସେତିକି ସୁନ୍ଦର ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational