STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୪୫

ଜୀବନ ଗୀତା-୩୪୫

1 min
217


ଜୀବନର ଅନୁଭବ

କେବେ ଛୁଏଁ ଶିଖର

କେବେପୁଣି ଛୁଇଁଯାଏ

ପାତାଳକୁ ଆଖର ॥୦॥

ଆରୋହ ଓ ଅବରୋହ

ଚିରସତ୍ୟ ଜୀବନର

ଆଜି ଯେ ରାଜେନ୍ଦ୍ରାସନେ

କାଲକି ସିଏ ଫକୀର

ଜୀବନରଥ ପ୍ରତିନିୟତ

ସବୁକୁ ଅଦେଖା କରି

ଧାଏଁ ହୋଇ ପ୍ରଖର ॥୧॥

ଆବିଷ୍ଟ କରେ ଜୀବନ

ଯାହାକୁ ଯେଉଁ ଭାବରେ

ଜୀବନର ଅନୁଭବ

ତାହାର ସେଇ ପ୍ରକାରେ

ଜୀବନଚିର ସତ୍ୟସୁନ୍ଦର

ସମୟର ସାଥେହୁଏ

ଅନୁଭବ ପ୍ରଖର ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational