STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୯୮

ଜୀବନ ଗୀତା-୨୯୮

1 min
372


ଧୂସର ଏ ଜୀବନଟା

ପାଲଟିଛି ମରିଚିକା

ବଞ୍ଚିବାକୁ ପଡେ ଏଠି

ଲୁହ ପିଇ ଏକାଏକା ॥୦॥

ବିରହର ବଇଶାଖୀ

ଝାଞ୍ଜି ଦେଉଥାଏ ଜାଳି

ଦିନରାତି ବିତୁଥାଏ

ଦୁଃଖକଥା ଭାଳିଭାଳି

ଲୁହ ପୋଛିଦେବ ଆସି

ନାହିଁ କେହିତ ନିଜର

ସହୋଦର ଅବା ସଖା ॥୧॥

ପାର୍ବଣ ବିଷର୍ଣ୍ଣ ଏଠି

ହୋଲି ଆଉ ଦୀପାବଳି

ଆସୁଥାଏ ଯାଉଥାଏ

ରଂଗହୀନ ସିନା ଖାଲି

ନାହିଁ କିଛି ଖୁସିବାସି

ଜୀବନରେ ବାକି ଖାଲି

ରହିଛି ଭୟ ଆଶଙ୍କା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational