ଜୀବନ ଅକୁହା ସ୍ମୃତି
ଜୀବନ ଅକୁହା ସ୍ମୃତି
ମୁଁ ଯେବେ ମରିବି ତୁମ ବଗିଚାରେ,
ଫୁଟିବି ଗୋଲାପ ହୋଇ
ପହିଲି ସକାଳୁ ତୋଳିନେବ ମୋତେ,
ସାଇତି ରଖିବା ପାଇଁ
ଭଲପାଇବନି କେବେ ବି କାହାକୁ,
ଅନ୍ତର ବେଦନା ଦେଇ,
ପ୍ରତିଦାନ ଖାଲି ଛଳନା ବ୍ୟତୀତ
ଆନ କିଛି ମିଳେ ନାହିଁ
ଜହ୍ନକୁ ମାଗିବ ଠିକଣା ମୋର
ସାଥୀକୁ ମାଗିବ ପ୍ରୀତି,
ଜୁଇକୁ ମାଗିବ ଅଲୋଡା ଶରୀର,
ଜୀବନ ଅକୁହା ସ୍ମୃତି ।
ସଂପାଦକ-କୁଶବନ
ସା-ଭୋଦଳ
ପୋ-ପାଟସୁନ୍ଦରପୁର
କଟକ-୦୧୮
ସଂପର୍କ-୯୨୩୮୫୮୯୧୦୦

