STORYMIRROR

MADHABANANDA BHOI

Inspirational

3  

MADHABANANDA BHOI

Inspirational

ଏଇ ଯେ ଆମରି ଗାଁ

ଏଇ ଯେ ଆମରି ଗାଁ

1 min
13.4K


ସରସ ସୁନ୍ଦର ଆମରି ଗାଁ,

କୋଇଲି ଏଇଠି କୁହୁ କୁହୁ ଗାଏ,

ଆମ୍ବ ବଉଳର ବାସନା ଝରେ

ବହଇ ମଳୟ ବାଆ,

ଏଇ ଯେ ଆମରି ଗାଁ.......


ଗାଁ ମାଟିର ସେବା କରିବି ମୁଁ କରିବି,

ରଖିବି ତାହାର ନାଆ,

ଏଇ ଯେ ଆମରି ଗାଁ.........


ନଡିଆ ଗଛ ବାହୁଙ୍ଗା ଧାରେ,

ଜହ୍ନ ମାମୁଁର ରୋଷଣି ଝରେ,

ଆଇ ମାଆର କାହାଣୀ କହେ, ପକ୍ଷୀରାଜ ତୁ ଥାଆ,

କନିଆ ଖୋଜି ଯାଉଛି ମୁଇଁ,

ବହେ ପୁବେଇ ବାଆ

ଏଇ ଯେ ଆମରି ଗାଁ.....


ଗାଁ ମାଟିର ସେବା କରିବି ମୁଁ କରିବି,

ରଖିବି ତାହାର ନାଆ,

ଏଇ ଯେ ଆମରି ଗାଁ.....


ଆମରି ଗାଁ ରତନା ଭାଇ,

ବିଲ ହିଡରେ ପଖାଳ ଥୋଇ,ଖାଇଚୁ କିଲୋ,

ଘରଣୀକୁ କହେ, କରତୁ ବେଗେ ଆଁ,

ତୋତେ ଖୁଆଇ, ମୁଁ ଖାଇବି,

ବାଢିଦେ ତୋର ଠାଆ,

ଏଇ ଯେ ଆମରି ଗାଁ.....


ଗାଁ ମାଟିର ସେବା କରିବି ମୁଁ କରିବି,

ରଖିବି ତାହାର ନାଆ,

ଏଇ ଯେ ଆମରି ଗାଁ....

 

ସଂପାଦକ-କୁଶବନ

ସା-ଭୋଦଳ

ପୋ-ପାଟସୁନ୍ଦରପୁର

କଟକ-୦୧୮

ସଂପର୍କ-୯୨୩୮୫୮୯୧୦୦


Rate this content
Log in

Similar oriya poem from Inspirational