STORYMIRROR

Amit Bal

Tragedy Others

2  

Amit Bal

Tragedy Others

ଝରି ଗୋଟାଳି ପିଲା

ଝରି ଗୋଟାଳି ପିଲା

1 min
147

ଜୀବନ କୁ ଜିଇଁବାର ବିଦ୍ରୋହ ଭିତରେ

ଜରିଗୋଟାଳି ପିଲା ଚାଲିଛି ଖରାରେ ତରାରେ,

ସୁଖ ଦୁଃଖର ରୁଣୁଝୁଣୁ ଆଲୁଅ ଅନ୍ଧାରେ

ଆପଣାର ଯୁଦ୍ଧ କରି ଆପଣା ସାଥିରେ ।


କୁହୁଡି ପରି ମାୟାଛନ୍ନ ଜୀବନ,

   ତା' ପାଇଁ ମିଛ 

        ଦୁନିଆର ସାତ ସପନ ,

ନା ତା' ମନ ପାଠ ପଢିବାରେ

ନା ଆଗକୁ ବାଟ ବଢ଼ିବାରେ ।


ଏପଟ ସେପଟ ହୋଇ

       ମେଲିଛି ସେ ଜୀବନ ପଶରା

ଝରା ପାଖୁଡ଼ା କୁ ସତେ

          ଏକା ଦଇବ ସାହାରା ।


ହଁ ମନର ଅନ୍ତରେ

           ସେ କୁହୁଳା ପ୍ରଦୀପ,

ନିଶିର ତମସା ଭରିଛି ତା' ଲାଗି

             ସେନେହ ଅମାପ ।


କେବେ କେବେ ଜେଲର

          ଚାରି କାନ୍ଥ ଭିତରେ

କେବେ ପୁଣି ନିୟତିର

         ସେଇ ଅଜଣା ହାଟରେ ।


Rate this content
Log in

Similar oriya poem from Tragedy