ଝରା ସେଫାଳୀ
ଝରା ସେଫାଳୀ
ପ୍ରାରବ୍ଧ କି କର୍ମଫଳ ମୋର
ଆଜନ୍ମ ଯୁଝୁଛି ମୁହିଁ ନିରନ୍ତର
ଜୀବନ ଖେଳୁଛି ଚକା ଭଉଁରୀ
ଭ୍ରମିତ କର କପାଳ କୁଣ୍ଡଳୀ
ଦାଉ ସାଧୁଛି ନିଠୁର ନିୟତି
ଦାବାନଳେ ଇଛା ସବୁ ଯାଏ ଜଳି
ଜୀଇଁବା ଆଗରୁ ପଡ଼ଇ ଝାଉଁଳି
ଅକାଳେ ଝରିଯାଏ ମୁଁ ଶେଫାଳୀ!!
କେଉଁ ଦେବତାର ଅଭିସମ୍ପାତ
ଅବା ପ୍ରକୃତିର ବୈଚିତ୍ର୍ୟ
ମୋର ଏଇ ବିଡ଼ମ୍ବିତ ଭାଗ୍ୟ
ସୂର୍ଯ୍ୟର ପହିଲି ସୁନେଲି କିରଣ
ମୋ ଲାଗି ହୋଇଛି ସଦା ବାରଣ
ବହଳ ରାତ୍ରୀର ଅମା ଅନ୍ଧକାର
ମୋ' କପାଳ ଲିଖନ ପୁରସ୍କାର
ପ୍ରାପ୍ୟ ମାତ୍ର ମହାର୍ଘ ଜୀବନର!!
