STORYMIRROR

Sambit Srikumar

Tragedy

3  

Sambit Srikumar

Tragedy

ଝରା ସେଫାଳୀ

ଝରା ସେଫାଳୀ

1 min
228


ପ୍ରାରବ୍ଧ କି କର୍ମଫଳ ମୋର

ଆଜନ୍ମ ଯୁଝୁଛି ମୁହିଁ ନିରନ୍ତର

ଜୀବନ ଖେଳୁଛି ଚକା ଭଉଁରୀ

ଭ୍ରମିତ କର କପାଳ କୁଣ୍ଡଳୀ

ଦାଉ ସାଧୁଛି ନିଠୁର ନିୟତି

ଦାବାନଳେ ଇଛା ସବୁ ଯାଏ ଜଳି

ଜୀଇଁବା ଆଗରୁ ପଡ଼ଇ ଝାଉଁଳି

ଅକାଳେ ଝରିଯାଏ ମୁଁ ଶେଫାଳୀ!!


କେଉଁ ଦେବତାର ଅଭିସମ୍ପାତ

ଅବା ପ୍ରକୃତିର ବୈଚିତ୍ର୍ୟ

ମୋର ଏଇ ବିଡ଼ମ୍ବିତ ଭାଗ୍ୟ 

ସୂର୍ଯ୍ୟର ପହିଲି ସୁନେଲି କିରଣ

ମୋ ଲାଗି ହୋଇଛି ସଦା ବାରଣ

ବହଳ ରାତ୍ରୀର ଅମା ଅନ୍ଧକାର 

ମୋ' କପାଳ ଲିଖନ ପୁରସ୍କାର 

ପ୍ରାପ୍ୟ ମାତ୍ର ମହାର୍ଘ ଜୀବନର!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy