STORYMIRROR

Sunanda Mohanty

Abstract Fantasy Thriller

3  

Sunanda Mohanty

Abstract Fantasy Thriller

ଜହ୍ନ ଓ କଇଁ

ଜହ୍ନ ଓ କଇଁ

1 min
129


ଜହ୍ନରେ ପହଞ୍ଚି ଯାଇ

ଦେଖିଲି ଫୁଟିଛି କଇଁ

ନାହିଁ ଜଳ ପରା ସେଠି

କେମିତି ଫୁଟିଲୁ କଇଁ ତୁ ଏଠି

ଜହ୍ନି ଓଷା କାଳେ ଧରି ପାଣି ଢାଳେ

ଜହ୍ନକୁ ଛାଟିଲେ କୁଆଁରୀ ଯହିଁ

କଇଁ ମୁଁ ଫୁଟିଲି ଜହ୍ନରେ ଚିହ୍ନଟେ ହୋଇ

କଇଁ କଥା ଶୁଣି ଘୁରିଲା ମଥା

କବିତା ଲେଖିଲି ବିରହ ଗାଥା

ଜଳିଲା ଆଲୋକ ପ୍ରେମ ସଳିତା

ଜହ୍ନରେ ଜୀବନ ନାଇଁ

କୋଠାବାଡ଼ି ଅବା ଆସିବ କାହିଁ

କେମିତି ଫେରିବୁ କଇଁ

କଇଁ କହେ ମଥା ନୁଆଁଇ

ଶାଶୁଘର ମୋର ଏହି

ଥରେ ବିଦା ହେଲେ ନାରୀ କି ଫେରେ

ବାପାଙ୍କ ରାଜଜେମା ହୋଇ

ଅବା ବୋଉର ଜୀବନ ଧନ ଥାଇ

ଆକାଶୁ ବରଷା ରୂପେ ଲୁହ ପଡେ

ଶିଶିରରେ ରହି ରହି

ତଥାପି ଅଛି ମୋ ସୁଖ ସଂସାରରେ

ପ୍ରଜ୍ଞାନ ଆସିଛି ଭାର କେତେ ନେଇ

ମୋ ଵିଜ୍ଞାନୀ ଭାଇ ହିସାବ କରଇ

ସଭିଏଁ କେବେ ଚାନ୍ଦ ଦେଶକୁ ଯାଇ

ଘର ତୋଳି ରହି କଇଁର ପଡୋଶୀ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract