ଜହ୍ନ ଓ କଇଁ
ଜହ୍ନ ଓ କଇଁ
ଜହ୍ନରେ ପହଞ୍ଚି ଯାଇ
ଦେଖିଲି ଫୁଟିଛି କଇଁ
ନାହିଁ ଜଳ ପରା ସେଠି
କେମିତି ଫୁଟିଲୁ କଇଁ ତୁ ଏଠି
ଜହ୍ନି ଓଷା କାଳେ ଧରି ପାଣି ଢାଳେ
ଜହ୍ନକୁ ଛାଟିଲେ କୁଆଁରୀ ଯହିଁ
କଇଁ ମୁଁ ଫୁଟିଲି ଜହ୍ନରେ ଚିହ୍ନଟେ ହୋଇ
କଇଁ କଥା ଶୁଣି ଘୁରିଲା ମଥା
କବିତା ଲେଖିଲି ବିରହ ଗାଥା
ଜଳିଲା ଆଲୋକ ପ୍ରେମ ସଳିତା
ଜହ୍ନରେ ଜୀବନ ନାଇଁ
କୋଠାବାଡ଼ି ଅବା ଆସିବ କାହିଁ
କେମିତି ଫେରିବୁ କଇଁ
କଇଁ କହେ ମଥା ନୁଆଁଇ
ଶାଶୁଘର ମୋର ଏହି
ଥରେ ବିଦା ହେଲେ ନାରୀ କି ଫେରେ
ବାପାଙ୍କ ରାଜଜେମା ହୋଇ
ଅବା ବୋଉର ଜୀବନ ଧନ ଥାଇ
ଆକାଶୁ ବରଷା ରୂପେ ଲୁହ ପଡେ
ଶିଶିରରେ ରହି ରହି
ତଥାପି ଅଛି ମୋ ସୁଖ ସଂସାରରେ
ପ୍ରଜ୍ଞାନ ଆସିଛି ଭାର କେତେ ନେଇ
ମୋ ଵିଜ୍ଞାନୀ ଭାଇ ହିସାବ କରଇ
ସଭିଏଁ କେବେ ଚାନ୍ଦ ଦେଶକୁ ଯାଇ
ଘର ତୋଳି ରହି କଇଁର ପଡୋଶୀ ହୋଇ ।
