STORYMIRROR

Sushree sangita Swain

Tragedy Inspirational

3  

Sushree sangita Swain

Tragedy Inspirational

ଝିଅ

ଝିଅ

1 min
12K

କଣ୍ଟାରେ ଚାଲିବାକୁ ଶିଖ ମା 

ତୋ  ଜୀବନ ଚଲା ପଥେ 

କୁଢ଼ କୁଢ଼ ଅବଶୋଷ ର ଅଙ୍ଗାର, 

 ଫୁର  କରି ଫିଙ୍ଗି ବାକୁ ଶିଖ |

ତୋ  ନିଶ୍ୱାସ ନୀଳ ନଇ ରେ 

ଦେବତା, ଅପ ଦେବତା ସମସ୍ତଙ୍କୁ 

ଗାଧୋଇ  ପାଧୋଇ ଉଜ୍ଜଳ କରିବା ଶିଖ |

ତୋ   କୋମଳ  ସ୍ବପ୍ନ ର ଅରଣ୍ୟେ 

ଫାଲ୍ଗୁନର  ମାଦକତା ନାହିଁ, 

ନାହିଁ  ମଳୟ ର ସୁରଭିତ ସ୍ପର୍ଶ, 

ଅଛି   ଖାଲି ଯନ୍ତ୍ରଣା ର ଉତପ୍ତ ପବନ |

ପ୍ରତିବାଦ  କରିବା  ଶିଖ ମା 

ନୀରବତା କେବେ ସିନା ଥିଲା 

ନାରୀ ପାଇଁ ଭୂଷଣ, ଏବେ କିନ୍ତୁ ରହିଲେ ନୀରବ 

ମିଶିଯିବ ମାଟି ରେ ଜୀବନ 

ଜୀବନ ତୋର  ମହାଯଜ୍ଞ 

ଚିହିଁ ଶିଖ ମଣିଷ ମାନଙ୍କୁ 

କିଏ ଜାଣେ ଭାଗ୍ୟ ତୋର 

ମୁନିବ କି  ବିଚରା କିଙ୍କର 

ଏ  ପଥ ର ଶେଷ ପ୍ରାନ୍ତେ 

ବିଲୟ ର ଯଂଜ୍ଞ କୁଣ୍ଡେ କାହାର ଓଁକାର ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy