STORYMIRROR

Kalandi Rout

Inspirational Others

3  

Kalandi Rout

Inspirational Others

ଝିଅ ପାଇଁ ବାପାର ସନେଟ୍

ଝିଅ ପାଇଁ ବାପାର ସନେଟ୍

1 min
513


କଥା କୁହା କଣ୍ଢେଇ ଲୋ ତୁ ବାପାର ପରୀ,

ତୁ ମୋର ସବୁ ଠାରୁ ସୁନ୍ଦର କବିତା,

ମୁଁ ତୋର ବାପା ସିନା ତୁ ମୋ ମାଆ ପରି,

ଛଳଛଳ ନଈ ଟିଏ ତୁ ମୋର ଦୁହିତା।


ଭଲ ଲାଗେ ତୋର ଅଳି ତୋର ରାଗରୁଷା,

ଭଲ ଲାଗେ ମତେ ତୋର କଥାର କୁହୁକ,

ତୁ ଟିକି ପକ୍ଷୀ, ମୁଁ ବାଇ ଚଢେଇର ବସା,

କଢିଟେ ତୁ ଫୁଲ ଫୁଟି ବାଣ୍ଟିବୁ ମହକ।


ମତେ ଛାଡ଼ି,ଯିବୁ ଦିନେ ଶାଶୂଘର ତୋର,

ରହିଯିବ ମୋ ପାଖେ ତୋ ଖେଳନା ଯେତେ ସବୁ,

ପକ୍ଷୀରାଜ ଘୋଡ଼ା ଚଢ଼ି ଆସିବ ତୋ ବର,

ସେ ଦିନ ମୋ ଆଖିରେ ତୁ ଲୁହ ଭରିଦବୁ।


କରେ ଆଶୀର୍ବାଦ, ଲାଗି ଯାଉ ତତେ ମୋ ଆୟୁଷ,

ହସୁଥିବୁ ସଦା, କରୁଥିବୁ ବିଷକୁ ପୀୟୁଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational