STORYMIRROR

Kalandi Rout

Others

5.0  

Kalandi Rout

Others

ଉତ୍କୃଷ୍ଟ କଳାର ଦେଶ:ଉତ୍କଳ

ଉତ୍କୃଷ୍ଟ କଳାର ଦେଶ:ଉତ୍କଳ

1 min
709



ମୋ ପଖାଳ କଂସା ଭିତରୁ ଉଙ୍କିମାରେ
ଅସୁମାରୀ ସ୍ୱପ୍ନର ସମ୍ଭାର,
ସେଇ ସବୁ ସ୍ୱପ୍ନମୋର ରସଗୋଲା ପରି ଭାରି ମିଠା,
ସପନ ବଣିକମାନେ ମୋର, ସତ ର ବଣିଜ ବୁଣି ଥିଲେ
ଅତୀତରେ ବାଲି ଠାରୁ ଜାଭା ଓ ସୁମାତ୍ରା।

ମୋ ପଖାଳ,ରସଗୋଲା ଆଉ ଛେନାପୋଡ଼,
ମୋ ଡାଲ୍ମାର ସେ ବାସ୍ନା ମହମହ,
ଅନନ୍ୟ, ଅତୁଳନୀୟ,
ସାରା ପୃଥିବୀରେ ଅଦ୍ୱିତୀୟ!

ଭାଷା ମୋ ଶାସ୍ତ୍ରୀୟ ଆଉ ଇତିହାସ କେତେ ଯେ ପ୍ରାଚୀନ,
ମୋ ଭୂଗୋଳ ଐର ଖାରବେଳ,
ଗଣିତ ମୋ ପଠାଣି ସାମନ୍ତ।
ସାହିତ୍ୟର ଆକାଶେ ମୋ ଅଗଣିତ ତାରାର ସମ୍ଭାର
ସେ ତାରାରେ ସମ୍ଭ୍ରାନ୍ତ ମୁଁ ଆଉ ଋଦ୍ଧିମନ୍ତ।

ଜଗନ୍ନାଥ ସଂସ୍କୃତି ମୋ ପତିତପାବନ,
ଷାଠିଏ ପଉଟି ଭୋଗ ଛପନ ବ୍ୟଞ୍ଜନ,
ଶୂନ ସେଇ ଆଖି କହେ ପୂର୍ଣ୍ଣ ବ୍ରହ୍ମର କାହାଣୀ!
ସେ ଆଖିରେ ସମୁଦ୍ର ଓ ଆକାଶର ନୀଳ ନୀରବତା,
ମାଟି ମୋର କରିପାରେ ଚଣ୍ଡାଶୋକକୁ ଧର୍ମାଶୋକରେ ରୂପାନ୍ତର
ଛାତିରେ ମୋ ଦୟା ନଦୀର ବିଶାଳତା।

ମୋ କୋଣାର୍କ ନୂହେଁ ଖାଲି ନଟୀର ନଗ୍ନତା ପ୍ରଦର୍ଶନ,
ଧରମାର ବଳିଦାନ ଗାଥା ଗାଉଥିବା,
ତ୍ୟାଗ ଆଉ ଉତ୍ସର୍ଗର ମୂର୍ତ୍ତିମନ୍ତ ଦିଗ୍ଦର୍ଶନ।
ମୁଁ ଉତ୍କଳ, ଉତ୍କୃଷ୍ଟ କଳାର ନିଦର୍ଶନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍