STORYMIRROR

Kalandi Rout

Others

3  

Kalandi Rout

Others

ବଇଁଶୀ ବାଲା

ବଇଁଶୀ ବାଲା

1 min
794



ରାତିର ସେ ନିର୍ଜନ ନୀରବ ବେଳାରେ
ବେଳେ ବେଳେ ଶୁଭେ ମତେ,
ତୋର ଅପୂର୍ବ ମାଦକ ଭରା ବଇଁଶୀର ସୁର।
ଛିଦ୍ରଯୁକ୍ତ ଫମ୍ପା ବାଉଁଶ ନଳୀଟେ,
ତୋ ଓଠର ପରଶରେ ସୃଷ୍ଟି କରେ
ମନ୍ତ୍ରମୁଗ୍ଧ ମଧୂର ସଂଗୀତ।

ତୋର ସେ ଘନକୃଷ୍ଣ ନୀଳ ରଙ୍ଗ
ଆକାଶଟା ସାରା ଆଛାଦିତ,
ଭୂମି ଠାରୁ ଭୂମା ଯାଏ ପରିବ୍ୟାପ୍ତ ତୁ ସଚରାଚର।
ଆଉ ବଇଁଶୀର ସ୍ୱର ଶୁଭେ ଅନ୍ତରରୁ ଅନ୍ତରୀକ୍ଷ ଯାଏ
ଅମୃତ ପ୍ରଣବ ଧ୍ୱନି ଆକର୍ଷକ ଆଉ ସମ୍ମୋହକ।

ଦୋଷଯୁକ୍ତ ଦୋଷଦର୍ଶୀ ମଣିଷ ମୁଁ,
ଫଟା ଏକ ବଇଁଶୀର ବେସୁରା ସୁର ଟେ।
ଅନ୍ୟ ଠାରେ ଦୋଷ ଛିଦ୍ର ଦେଖି ଦେଖି
ଜୀବନର ମଧ୍ୟାହ୍ନରେ ଉପସ୍ଥିତ ଆଜି,
ମଧ୍ୟାହ୍ନ ଆକାଶ ଆଉ ନୀଳ ଦିଶୁ ନାହିଁ।

ହେ ନୀଳ ପ୍ରେମିକ,
ଦେହ,ମନ ଆଉ ଆଖି-ଆକାଶରେ ମୋର
ବୋଳିଦେ ତୋ ନୀଳ ରଙ୍ଗ , ତୋ ଶ୍ୟାମଳ କାନ୍ତି।

ହେ ବଇଁଶୀ ବାଲା,
ତୋର ସେ ବଇଁଶୀ ସୁର
ଆତ୍ମା ଭେଦି ମୋ ହୃଦୟ ସ୍ପନ୍ଦନରେ ମିଶୁ,
ଶୁଣି ତୋ ବଇଁଶୀ ସୁର ଶୋଇବି ମୁଁ ନିଘୋଡ଼ ନିଦରେ,
ସେଇ ନିଦ୍ରା ହେଉ ମୋର
ଜୀବନର ଶେଷ ମହାନିଦ୍ରା।
© Kalandi Rout


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍