ଝି
ଝି
ନୁହେଁ ସେ ଜଞ୍ଜାଳ
ନୁହେଁ ସେ ବୋଝ
ମା ବୁଆର ସେବା
କରସି ରୋଜ
ଘର ଦୁଆରେ
କାଟସି ଚିତା
କେଭେଁ ସେ ଦୁର୍ଗା
କେଭେଁ ସେ ସୀତା
ଝି ଜନମ ସିନେ
ପର ଘରକେ
ନେ ଭୁଲେ କେଭେଁ
ମା ଘରକେ
ମାର ସେ ଗେଲେହି
ବାପର ଧନ
ବିହାଘର ଉତ୍ତାରୁ
ପୁନି ର ଜନ
ବାପ ଘରେ ତାର
କେତନି ସୋର
ସୋର କରି ବୁଆ
କାନ୍ଦସି ଜୋର
ଝି ଭି ଜାନସି
ବାପର ଲହ
ସୁରୁତା କରି ସେ
କାନ୍ଦସି ଯହ
ଇଟା ଦୁନିଆର
କେନ୍ତା ଚଳନ
ଗୁଟେ ନୁ ଜନମ ତ
ଗୁଟେ ନୁ ମରନ
ସେ ସାସ ଶଶୁର
ସେ ବେଟା ବେଟି
ସତେ ଯାଇଛେ
ଦାଦନ ଖଟି
ଝି ଆଏ ସେ
ଅମୂଳ ଧନ
କେଭେଁ ନାଇଁ ଭାଙ୍ଗେ
କାହାରିର ମନ
ଚାଏରଟା କାନ୍ଥି ନୁ
ଯାଏସି ସରି
ତାର ଜୀବନ ଆରୁ
ଦୁନିଆଦାରି
କେଭେଁ ସେ ଝି ତ
କେଭେଁ ସେ ମାଁ
ସତୀ କାଳୀ ଦୁର୍ଗା
କେତେ ଟେ ନାଁ
ଦୁରୁ ଜୁହାର ସେ
ଜିନଲା ଦେବୀ କେ
ଦୁଝ ନାଇଁ ଦେବ
କେଭେଁ ତାହା କେ ।
(ରୂପେଶ କୁମାର ଦୀପ,
ସାହାଜବାହାଲ, ରାମପୁର, ସୋନପୁର