STORYMIRROR

ଝି

ଝି

1 min
814


ନୁହେଁ ସେ ଜଞ୍ଜାଳ

ନୁହେଁ ସେ ବୋଝ

ମା ବୁଆର ସେବା

କରସି ରୋଜ

ଘର ଦୁଆରେ

କାଟସି ଚିତା

କେଭେଁ ସେ ଦୁର୍ଗା

କେଭେଁ ସେ ସୀତା

ଝି ଜନମ ସିନେ

ପର ଘରକେ

ନେ ଭୁଲେ କେଭେଁ

ମା ଘରକେ

ମାର ସେ ଗେଲେହି

ବାପର ଧନ

ବିହାଘର ଉତ୍ତାରୁ

ପୁନି ର ଜନ

ବାପ ଘରେ ତାର

କେତନି ସୋର

ସୋର କରି ବୁଆ

କାନ୍ଦସି ଜୋର

ଝି ଭି ଜାନସି

ବାପର ଲହ

ସୁରୁତା କରି ସେ

କାନ୍ଦସି ଯହ

ଇଟା ଦୁନିଆର

କେନ୍ତା ଚଳନ

ଗୁଟେ ନୁ ଜନମ ତ

ଗୁଟେ ନୁ ମରନ

ସେ ସାସ ଶଶୁର

ସେ ବେଟା ବେଟି

ସତେ ଯାଇଛେ

ଦାଦନ ଖଟି

ଝି ଆଏ ସେ

ଅମୂଳ ଧନ

କେଭେଁ ନାଇଁ ଭାଙ୍ଗେ

କାହାରିର ମନ

ଚାଏରଟା କାନ୍ଥି ନୁ

ଯାଏସି ସରି

ତାର ଜୀବନ ଆରୁ

ଦୁନିଆଦାରି

କେଭେଁ ସେ ଝି ତ

କେଭେଁ ସେ ମାଁ

ସତୀ କାଳୀ ଦୁର୍ଗା

କେତେ ଟେ ନାଁ

ଦୁରୁ ଜୁହାର ସେ

ଜିନଲା ଦେବୀ କେ

ଦୁଝ ନାଇଁ ଦେବ

କେଭେଁ ତାହା କେ ।

(ରୂପେଶ କୁମାର ଦୀପ,

ସାହାଜବାହାଲ, ରାମପୁର, ସୋନପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rupesh kumar Deep

Similar oriya poem from Inspirational