STORYMIRROR

Rupesh kumar Deep

Romance

3  

Rupesh kumar Deep

Romance

ସପନର ରାନି

ସପନର ରାନି

1 min
669

ସିତ ମସିଆ କାକର ଦିନେ

କଅଁଲ ସିତଲ ଖରା,

ଖେଲସି କେତେ ଲୁକଲୁକାନି

ଦେସି କେତେ ଚହରା

କଇଁ ଫୁଲିଆ ଚେହେରା ତାର

ଲୁଭଲୁଭାନି ହସି

ଚମ୍ପା ଫୁଲିଆ ରଙ୍ଗଟା ଦେଖି

ମୁଇଁ ଜାଉଛେ ରସି

ଖେଲସି କେତେ ବୁଲସି କେତେ

ଡେଲି ସପନେ ଆସି

ଖିଲ ଖିଲେଇ ହସ୍ ସି କେତେ

କାନ ତରେ ମୋର ବସି

ଚାଲି ଟା ତାର ରାଜହଂସି ଲେଖେ

କଥା ଟା ତାର କୁଇଲି

କଂପେଇ ଦେସି ଏରିଆ ଜାକର

ମହକେ ଜେନ୍ତା ମଲି

କହେମି କେଭେ ମନର କଥା

ନାଇ ପାରୁଛେ କହି

ସପନର ରାନି କେ ସୁରତା କରି

ନାଇ ପାରୁଛେ ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rupesh kumar Deep

Similar oriya poem from Romance