STORYMIRROR

Rupesh kumar Deep

Romance

2  

Rupesh kumar Deep

Romance

ଅକୁହା କଥା

ଅକୁହା କଥା

1 min
77


ମନର କଥା କହିନାଇ ହେଲା 

ରହିଗଲା ମନ ଭିତରେ

ଅକୁହା କଥା ସମିଆ ଦେଖି

ବହେସି ଲୁହର ଧାରେ ।।

ମନ ଝୁରୁଥିସି ତାର କଥା ସବୁ

ସଂଜ ସକାଲ ଦୁଇ ପହରେ

ଚାରହି ଖାଲି ବୁଲୁଥିସି ହେଲେ

ସବୁଆଡେ ତାକେ ନୁରେ ।।

ସେ ମୋର ଗେଲହେଇ ସେ ମୋର ଫୁଲେଇ

ସେ ମୋର ସପନର ରାନି

ତାର ବିନା ମୋର ଛିନା ଛିନା ଜିବନ

ଝୁରି ଜେନ୍ତା ବିନା ପାନି ।।

ହସୁଥିଲେ ସେ ମନ ହସୁଥିସି

କାଂଦିନେଲେ ମନ ରୁସେ

ମନେମନେ ଭାବି କେତେକେତେ କଥା

ଲୁକିଲୁକି କରି ହସେ ।।

ଅକୁହା କଥା କହେମି ଦିନେ 

ନାଇ ହୁଏ ମନେ ରଖି

ମନେମନେ ଭାବେ କହେମି କେଭେ

ସୁବିଧା ସୁଯୋଗ ଦେଖି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rupesh kumar Deep

Similar oriya poem from Romance