STORYMIRROR

Amit Bal

Tragedy

2  

Amit Bal

Tragedy

ଝଡ ଆସେ

ଝଡ ଆସେ

1 min
138

କେବେ ଝଡ ଆସିଥିଲା ଅତୀତର ବକ୍ଷେ

ସମୟ ଅନ୍ତେ କେହି କେବେ ରଖେ ନାହିଁ ମନେ,

ଦେଖୁ ଦେଖୁ ଦିନ ବିତିଯାଏ ଧୀରେ ଧୀରେ

ଆସେ ପୁଣି ଏକ ଝଡ ଆଉ ଦିନେ ,


ନୀଳ ନୀରବ ଆକାଶ ସାଜେ

ଧୂସର ଧୂଳିର ଧୂମାୟିତ ଆକାଶ,

ସାଥେ ନେଇ ପୂର୍ବାଭାସ ସେଇ ପ୍ରଳୟର

ମଳୟ ଗାଇ ଚାଲେ ସଙ୍ଗୀତ ବେଦନାର ,


ବ୍ୟାପିଯାଏ ଅଶାନ୍ତିର ଖଣ୍ତିଆଭୂତ

ସଙ୍ଗେ ଧରି ବାଲିଝଡ ତୁଷାରପାତ ,

ଅଦ୍ଭୁତ ସେ ଅନନ୍ୟ ଅନୁଭୂତି

ଭାଙ୍ଗିଛି ଗଢିଛି କେତେ ଯେ ସ୍ମୃତି ,

କେବେ ଦେଇଛି ନବଜନ୍ମ ସମାଜକୁ

ତ କେବେ ପୁଣି କରିଛି ସେ ଯୁଗର ବି ଅନ୍ତ .......

     


Rate this content
Log in

Similar oriya poem from Tragedy