STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଜଗତ ହିତେ ବୃକ୍ଷ

ଜଗତ ହିତେ ବୃକ୍ଷ

1 min
381


ଜଗତ ହିତେ ବୃକ୍ଷ ଦେବତା ଧର୍ମର ପାଇଁ ହୋଇଛି ଠିଆ

ଖରା କି ବର୍ଷା ଶୀତ କାକର ନ ଡରି ସିଏ ଦେଖାଏ ହିଆ

ଈଷ୍ଟ ନିର୍ଦ୍ଦେଶ ପାଇକି ସଦା କର୍ମରେ ସିଏ ଲାଗି ପଡୁଛି

ବିଶ୍ବ କଲ୍ଯାଣ ପାଇଁକି ଜନ୍ମ ପ୍ରେମରେ ପୁଣି ଚିଜ ବାଣ୍ଟୁଛି

           ସ୍ବାର୍ଥକ ପାଇଁ ବାଆ

ଜଗତ ହିତେ ବୃକ୍ଷ ଦେବତା ଧର୍ମର ପାଇଁ ରହିଛି ଠିଆ।

ଖାଉଛି ମାଡ଼ ମଣିଷ ଠାରୁ ଟେକା ପଥର କୁରାଢୀ଼ ଚୋଟ

ତଥାପି ବୃକ୍ଷ ଆନନ୍ଦ ମନେ ଦେଇ ଚାଲିଛି ନ କରି କୁଟ

ଅମ୍ଳଜାନକୁ କାଠ ପତର ଛେଲି ଔଷଧ ମନ ନ ଛୋଟ

ବର୍ଷା କରାଏ ଉଠାଇ ପାଣି ଚତୁଃମାସରେ ଆଣି ଝଅଟ

          ମାରେନା ଧରି ଛାଟ

ଖାଉଛି ମାଡ଼ ମଣିଷଠାରୁ ଟେକା ପଥର କୁରାଢୀ଼ ଚୋଟ।

ବିଶ୍ବ କଲ୍ଯାଣେ ସମର୍ପି ଦେଇ ବୃକ୍ଷ ଦେବତା ରହିଛି ଚାହିଁ

ଝଡ଼ ତୋଫାନ କି ଖରା ବର୍ଷା ଶୀତକୁ ମୋଟେ ଡରେବି ନାହିଁ

           ଅନାଇ ଥାଏ ଚାହିଁ

ବିଶ୍ବ କଲ୍ଯାଣେ ସମର୍ପି ଦେଇ ବୃକ୍ଷ ଦେବତା ରହିଛି ଚାହିଁ।

କର୍ମର ପଥ ଧର୍ମ ଭାବିକି ବିଭୋର ଆଜି ପ୍ରତିଟିକ୍ଷଣ

ସମୟ ଜଗି ଦେଇ ଚାଲିଛି ସମାଜ ପାଇଁ କରିଛି ପଣ

ମରିବ ପଛେ କର୍ମରେ ସିଏ ମାରିବ ନାହିଁ କାହାକୁ ବାଣ

          ସତ୍ଯର ପଥେ ଜାଣ

କର୍ମର ପଥ ଧର୍ମ ଭାବିକି ବିଭୋର ଆଜି ପ୍ରତିଟିକ୍ଷଣ।

ପ୍ରଣାମ ଘେନ ବୃକ୍ଷ ଦେବତା ତୁମ ପୟରେ କରେ ପ୍ରାର୍ଥନା

ତୁମକୁ କଷ୍ଟ ଦେଉଛି ନିତି ସେବା ନ କରି ହୀନ ଭାବନା

ଏ କବି ପ୍ରାଣ କାନ୍ଦୁଛି ଆଜି ଧିକ୍କାର କରି ପାଇ ଚେତନା

ଶପଥ ନେଇ ଲଗାଇବାକୁ ମନ ଓ ପ୍ରାଣ କରିଛି ସିନା

          ବୃକ୍ଷ ଦେବତା ଅନା

ପ୍ରଣାମ ସହ କରେ ମିନତି ତୁମ ପୟରେ କରେ ପ୍ରାର୍ଥନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract