STORYMIRROR

SUJATA DAS

Romance Tragedy

2  

SUJATA DAS

Romance Tragedy

ଜ୍ବଳନ

ଜ୍ବଳନ

1 min
114

   

ଜଳିବାକୁ  ନିଜେ 

   ଆଦରି ନେଇଛି 

     ଦେହକୁ ପାରୁନି ଜାଳି, 

ହୃଦୟରେ ପରା 

   ରଖିଛି ତୁମକୁ 

     ପ୍ରଶ୍ୱାସର ବାୟୁ ଭଳି l

ଜୁଇରେ ଚଢିଲେ 

   ଭସ୍ମ ହେବ ତନୁ 

      ହୃଦୟ ବି ଯିବ ଜଳି 

ତୁମେ ପରା ସେଠି 

  ପ୍ରତିଷ୍ଠିତ ଅଛ 

      କେମିତି ପାରିବି ଜାଳି l

ଏମିତି ଜଳିବି 

  ଜଳି  ଜଳୁଥିବି 

     ସଳିତାର ଭାଗ୍ୟ ନେଇ, 

ଲୁହ ସବୁ  ଯେତେ 

   ସାଥେ ନେଇଯିବି 

      ହସ ତୁମ ଓଠେ ଦେଇ l


Rate this content
Log in

Similar oriya poem from Romance