STORYMIRROR

Satyaprakash Sethy, M. A(UGC NET)

Romance

2  

Satyaprakash Sethy, M. A(UGC NET)

Romance

ଜୈନ ପୀଠ

ଜୈନ ପୀଠ

1 min
384

କଳିଙ୍ଗ ସମ୍ରାଟ ଖାରବେଳ କୃତି

ଉଦୟ ଓ ଖଣ୍ଡଗିରି

କୁମାର କୁମାରୀ ପର୍ବତ ଉପରେ

ଯାହା ଗୁଣି ହୁଏ ସ୍ମର


ଅଠରଟି ଗୁମ୍ଫା ଉଦୟ ଗିରିରେ

ଯାହା ହୋଇଥିଲା ସୃଷ୍ଟି

ପନ୍ଦରଟି ପୁଣି ଖଣ୍ଡଗିରି ଗୁହେ

ରହିଅଛି ଅବଶିଷ୍ଟ


ତହିଁ ଯେ ଖୋଦିତ ଖାରବେଳ ଆଉ

ଉତ୍ତରାଧିକାରୀ ଦ୍ଵାରା

ତୀର୍ଥଙ୍କର ଲାଗି ଯାହା ପ୍ରମାଣିତ

କରେ ଇତିହାସ ପରା


ଅନନ୍ତ, ତେନ୍ତୁଲି, ଖଣ୍ଡଗିରି, ଧ୍ୟାନ

ତତ୍ତ୍ଵ, ତ୍ରିଶୂଳ, ଅମ୍ବିକା

ତତ୍ତ୍ଵ, ବାରଭୂଜି, ନବମୂନି ଆଦି

ଏକାଦଶୀ ପୁଣି ଗୁମ୍ଫା


ଗୁମ୍ଫା ବାର ତେର ପନ୍ଦର ବେନାମୀ

ଲଲାଟେନ୍ଦୁ କେଶରୀ

ଏ ସବୁ ଗୁମ୍ଫାର ସଂଖ୍ୟା ବିଶେଷକ

ନାମ କରଣଟି ଭାରି


ରାଣୀ, ବାଜପୁର, ଛୋଟ ହାତୀ, ସର୍ପ

ଅଳକାପୁରୀ, ଗଣେଶ

ଠାକୁରାଣୀ, ବ୍ୟାଘ୍ର ପାତାଳୀ ପୁରୀ

ଜୟା ବିଜୟା, ପଣସ


ଯାମ୍ବେଶ୍ୱରୀ, ହାତୀ ଜଗନ୍ନାଥ, ରୋଷେଇ

ମଞ୍ଚପୁରୀ /ସ୍ଵର୍ଗପୁରୀ (ଗୋଟାକର 2ଟା ନାଁ)

ହରିଦାସ ପୁଣି ଏହି ରୂପେ ପରା

ଗୁମ୍ଫାମୟ ଉଦୟ ଗିରି


ରାଣୀ ଗୁମ୍ଫା ପରା ଅପରୂପ କଳା

ଚାରୁ ଭାସ୍କର୍ଯ୍ଯ ଭାରି

ହାତୀ ଗୁମ୍ଫା ପୁଣି ବଖାଣେ ଐତିହ୍ୟ

ଲିପି ଲିପିବଦ୍ଧ କରି


ରହିଅଛି ତହିଁ ଜୈନ ତୀର୍ଥଙ୍କର

ଚବିଶ ଜଣଙ୍କ ଗାଥା

ଜୈନ କିର୍ତ୍ତୀ ସ୍ଥଳୀ ଭାରି ଆକର୍ଷଣ

କହିଥାଏ ସବୁ କଥା


ମହା ମେଘ ବାହାନ ଐର ଖାରବେଳ

କଳିଙ୍ଗର ଅଧୀଶ୍ୱର

ଗଢେ ଜୈନପୀଠ ପ୍ରଥମ ଶତାବ୍ଦୀ

ପ୍ରମାଣଟି ଅଟେ ତା’ର


ମାତ୍ର ସତରଟି ଧାଡ଼ିରେ ଖୋଦିତ

ଖାରବେଳ କିର୍ତ୍ତୀ ମଧ୍ୟ

ସବୁଠୁଁ ଗୁରୁତ୍ଵ ଯାହା ଉତ୍କଳୀୟ

ପରମ୍ପରା ମୂଲ୍ୟବୋଧ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance