Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଜାତୀୟ ପତକା

ଜାତୀୟ ପତକା

1 min
369



ଜାତୀୟ ପତକା ନାମର ତ୍ରିରଙ୍ଗା ରାଷ୍ଟ୍ରର ଗୌରବ ଏହୁ,

ଏହା ପାଇଁ ହେଲେ କେତେ ବଳିଦାନ

ସାଇତି ରଖିବା ଏହୁ।


ଗର୍ବ ଏହୁ ଆମ ଅଭିମାନ ଏହୁ ସର୍ବୋଚ୍ଚ ଜୀବନେ ଏହୁ

ସୁରକ୍ଷା କରିବା କର୍ତ୍ତବ୍ୟ ଆମର

ଉଦ୍ଦେଶ୍ୟ ଜୀବନେ ରହୁ।


ଆସୁଛି ପାଖେଇ ପନ୍ଦର ଅଗଷ୍ଟ ଉତ୍ସାହିତ ଅତି ରାଷ୍ଟ୍ର 

ଅମୃତ ମହୋତ୍ସବ ଗୁଞ୍ଜୁଛି ରାଷ୍ଟ୍ରେ

ଅତି ଆନନ୍ଦିତ ରାଷ୍ଟ୍ର।


ରାଷ୍ଟ୍ରେ ଭକ୍ତି ପ୍ରେମ ଥିବ ଘରେ ଘରେ ତ୍ରିରଙ୍ଗା ଟି ଉଡୁଥିବ

ପହିଲି ଅଗଷ୍ଟୁ ତ୍ରିରଙ୍ଗା ଉତ୍ସବ

ଘରେ ଘରେ ହେଉ ଥିବ।


ରାଷ୍ଟ୍ର ଭକ୍ତି ପ୍ରେମ ଜନଜନେ ଥିବ ହସ୍ତରେ ଥିବ ତ୍ରିରଙ୍ଗା

ଟ୍ରାଫିକ୍ ଯାନରେ ତ୍ରିରଙ୍ଗା ଥିବରେ

ଘରେ ଘରେ ଭି ତ୍ରିରଙ୍ଗା।


ରାଷ୍ଟ୍ର ପର୍ବ ପରା ତ୍ରିରଙ୍ଗା ପର୍ବରେ ସ୍ବାଧୀନତା ପର୍ବ ଏହୁ

ଶ୍ରଦ୍ଧାଞ୍ଜଳି ପର୍ବ ବୀର ଶହିଦଙ୍କୁ

ବଳିଦାନ ପର୍ବ ଏହୁ।


ସମାନତା ପର୍ବ ନାହିଁ ଜାତିଭେଦ ଏକତାର ପର୍ବ ଏହୁ

ଚା ବାଲା ଆଜି ଦେଶର ପ୍ରଧାନ

ଲୋକତନ୍ତ୍ର ପର୍ବ ଏହୁ।


ଜନଜାତି ଆଜି ରାଷ୍ଟ୍ରେ ରାଷ୍ଟ୍ରପତି ଉତ୍ସାହ ଦେଉଛି ଭରି

ଆତ୍ମନିର୍ଭରର ମନ୍ତ୍ର ଗୁଞ୍ଜୁଅଛି

ଦେଉଛି ଗୌରବ ଭରି।


ଏକତା ସନ୍ଦେଶ ତ୍ରିରଙ୍ଗା ଉତ୍ସବ ରାଷ୍ଟ୍ରେଆଜି ଘରେଘରେ,

କମ୍ପୁ ଛନ୍ତି ଶତ୍ରୁ ଦେଖି ରାଷ୍ଟ୍ର ଭକ୍ତି

ରାଷ୍ଟ୍ର ଭକ୍ତି ଘରେ ଘରେ।


ରାଷ୍ଟ୍ରବାଦୀ ଆମେ ରାଷ୍ଟ୍ରହିଁ ସର୍ବୋଚ୍ଚ ଭକ୍ତି ରକ୍ତ ସଞ୍ଚାଳିତ

ଗୌରବମୟ ଏ ପବିତ୍ର ଭାରତ

ସନ୍ତାନ ତାର ଆମେତ।


ଆସ ଆସ ଭାଇ ଭଉଣୀ ଆମର ସଖା ବନ୍ଧୁ ଓ କୁଟୁମ୍ବ,

ଆସ ଦେଶବାସୀ ତ୍ରିରଙ୍ଗା ଉତ୍ସବ

କରିବା ଘରୁ ଆରମ୍ଭ।


ଦେବରେ ତ୍ରିରଙ୍ଗା ସନ୍ଦେଶ ବିଶ୍ବରେ କିପରି ଭାରତ ଭୂମି,

ଆତ୍ମନିର୍ଭରର ତ୍ରିରଙ୍ଗା ଉଡୁଛି

ବିଶ୍ୱାସର ଏହୁ ଭୂମି।


Rate this content
Log in

Similar oriya poem from Abstract