Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrat Dehury

Abstract

4  

Priyabrat Dehury

Abstract

ପଣତକାନି

ପଣତକାନି

1 min
287



ବାରହାତି ଶାଢ଼ୀ ସେତ ଦି ହାତ କାନି

ନାରୀକୁ ରମଣୀ କରେ ସେ ଟାଣି ଓଢ଼ଣୀ ।।

ସବୁଠୁ ସୁନ୍ଦର ଲାଗେ ଆମ ମାଆର କାନି  

ବାତ୍ସଲ୍ୟ ପ୍ରେମରେ ଗୁନ୍ଥା ରେଶମୀ କାନି  ।।

ସ୍ନେହ ମମତାର ଭଣ୍ଡାର ଶେଷ ହୁଏନି  

ଫଟାଚିରା ହେଉ ପଛେ କିଛି ଯାଏନି ।।

ଲୁଚିଗଲେ ସେ ପଣତେ ଯମ ଭୟ ଲାଗେନି  

ପଣତ ଉହାଡେ ଦୁଃଖ କେବେ ମାଡେନି  ।।

ଆଜି ସେହି ପରମ୍ପରା ବଦଳି ଗଲାଣି  

ଶାଢ଼ୀ ପିନ୍ଧିବାକୁ ଆଉ ମନ ଚାହୁଁ ନାହିଁ  ।।

ଜିନ୍ସ ସ୍କାର୍ପ ତଳେ କାନି ଲୁଚିଗଲାଣି  

ଯୁଗସହ ତାଳ ଦେଇ ସଂଜ୍ଞା ବଦଳିଗଲାଣି ।।

ମୁହଁ ପୋଛିବାକୁ ନାହିଁ ଦି ହାତ ପଣତକାନି  

ଟିସୁ ପେପରର ଏବେ ଭାଉ ବଢିଗଲାଣି ।।

ଫେସନ ସୋ ର ଏବେ ନୂଆ କାହାଣୀ

ପଣତକାନିଟା ଏବେ ଲାଜ ଢାଙ୍କୁନି ।।



Rate this content
Log in

More oriya poem from Priyabrat Dehury

Similar oriya poem from Abstract