ଜୀବନର ଅପରାହ୍ନ
ଜୀବନର ଅପରାହ୍ନ
ଜୀବନ ଅପରାହ୍ନ
ସୁନେଲି ସକାଳର ସୂର୍ଯ୍ୟ କିରଣ ପରି
ଜୀବନର ପ୍ରଥମ ସପାନ
ଯେମିତି ଖୁବ ଝଲସି ଉଠିଥିଲା
ଆନନ୍ଦ ଉଲ୍ଲାସର କଟୁଥିଲା
ବାପା ମାଙ୍କର ଅଳି ଆକଟ
ଖୁବ ଉଚ୍ଚକଟିର ଓ ବିମହିତ
କରୁଥିଲା ନିଜକୁ
ଲାଗୁଥିଲା ଯେମିତି
ଅସରନ୍ତି ଖୁସିର ଭଣ୍ଡାର
ନିୟତିର କରତା
ଅଜାଡି ଦେଇଛି ଆମ ଅଗଣାରେ
ସମୟର ତାଳେ ତାଳେ
ସକାଳ କମଳ ସୂର୍ଯ୍ୟ କିରଣ
ଧୀରେ ଧୀରେ ଅସହ୍ୟ ହେବାକୁ ଲାଗୁଛି
ଚାହୁଁ ଚାହୁଁ ସମୟର ମଧ୍ୟାନ ସହ
ବୟସର ଅପରାହ୍ନ ରେ
ପାଦ ପଡିବା ମାତ୍ରେ
ପାଦ ଦୁଇଟି ଯେମିତି
ଭୁଇଁରେ ଥାପିବା ପାଇଁ ନାରାଜ
ଯେମିତି ଉଲ୍କା ପେଣ୍ଡୁଳା
ହଠାତ ଭୂଇଁ ଉପରେ ଲେଉଟି ଯାଇଛି
ବୟସର ଅପରାହ୍ନ ଟା ଯେ ଏତେ କୃର ଓ ନିଷ୍ଠୁର
ତାହା ଜଣା ନଥିଲା
ଜଣା ଥିଲେ ହୁଏତ
ଅପରାହ୍ନରେ ପାଦ ଦବା ପୂର୍ବରୁ
ବାହୁଡ଼ି ଯାଆନ୍ତି ନିଜ ଇହ ଲୋକକୁ
କିବା ନିଜ ପାଦ ଦୁଇଟିକୁ କଟୁରିରେ କ୍ଷତ ବ୍ୟକ୍ଷତ କରିଦିଅନ୍ତି
ହେଲେ ଏବେ ଅନୁତାପର ନିଆଁରେ ଜଳି ଯାଉଛି
କାହିଁକି ଆସିଲି ଏହି ଅପରାହ୍ନକୁ
ଆସିବା ପାଇଁ ଏତେ ବ୍ୟାକୁଳ କାହିଁ କରୁଥିଲି
ଖାଲି କେବଳ ଅଣନିଶ୍ୱାସ
ନିଶ୍ୱାସର ଦ୍ୱାର ଗୁଡାକ ଯେମିତି
ଠେଲି ଧରିଛି ନା ଭିତରକୁ ପଶିବାକୁ ଦେଉଛି
ନା ବାହାରକୁ
କେବଳ ଦଛକି ଭିତରେ ନିଶ୍ୱାସଟା ଆଉଟୁ ପାଉଟୁ
ହଁ ଏବେ କେବଳ
ସନ୍ଧ୍ୟାକୁ ଅପେକ୍ଷା ଯାହା
ସନ୍ଧ୍ୟା ପରେ ରାତ୍ରିର କିଟିମିଟିଆ
ଅନ୍ଧାରେ ହଜିଯିବାକୁ ଚାହେଁ
ଆଉ ଲୋଡ଼ା ନାହିଁ ବୟସର ଅପରାହ୍ନ
କି ସକାଳର ସୁନେଲି ସୂର୍ଯ୍ୟ କିରଣ
ଲୋଡ଼େ କେବଳ ରାତ୍ରିର ବୁକୁରେ ଲୀନ ହବାକୁ
ଲୋଡ଼େ କେବଳ ବୟସର ଅପରାହ୍ନ ପାର ହୋଇ
ଅନେକ ଦୁରକୁ ଯିବାକୁ
ଯେଉଁଠି ନଥିବ ହରେଇବାର ଭୟ
କି ନଥିବ ହାର ଜିତର ଡର
କେବଳ ଥିବ ରାତ୍ରିର ଘନ ଅନ୍ଧାର ଆଉ ମୁଁ ।।