ଜାଳିବା ଭକ୍ତି ଜାଗର
ଜାଳିବା ଭକ୍ତି ଜାଗର
ଉତ୍ସାହିତ ପ୍ରାଣ
ଭକ୍ତିର ଫଗୁଣ
ଶିବ ରାତ୍ରୀ ଶିବ ଙ୍କର,
ଜାଳିବା ଜାଗର
ପୟରେ ତାଙ୍କର
ଭକ୍ତି ପ୍ରେମର ଶ୍ରଦ୍ଧାର।
ଅକର୍ମା ଦାନୀ ଶଙ୍କର
ଦୂର କରି ଦେବେ
ଅନିଷ୍ଟ ଗୃହର
ମହାଦେବ ମହେଶ୍ବର !!
କୃଷ୍ଣ ପକ୍ଷ ପୁଣି
ଚତୁର୍ଦ୍ଦଶୀ ତିଥି
ଅଟେ ମାସ ଫଗୁଣର
ଦେବ ଦେବଙ୍କର
ଆରାଧ୍ୟ ଈଶ୍ୱର
ନମଃ ଶିବାୟ ଝଙ୍କାର।
ବେଲପତ୍ରହେ ପୂଜାର
ଅର୍ପଣ କରିଲେ
ହୁଏ ସବୁ ସିଦ୍ଧି
ବ୍ରହ୍ମାଣ୍ଡ ପରା ଈଶ୍ୱର !!
ଶିବଙ୍କ ମନ୍ଦିର
ହୁଏ ସୁସଜ୍ଜିତ
ଶିବରାତ୍ରୀ ଆଗମନ,
ଚହଳ ପଡିଛି
ଗାଆଁରୁ ସହର
ଶିବଙ୍କ ଭକ୍ତି ପୂଜନ।
ଜଳିବ ଭକ୍ତି ଜାଗର
ରହି ଉଜାଗର
ଭକ୍ତିରେ ଶଙ୍ଗର
ହୁଳହୁଳି ନିରନ୍ତର !!
ମହିମା ଯାହାର
ଦେବେ ଅଗଚର
ବର୍ଣ୍ଣିବାର ଶକ୍ତି କାର
ଦିଅ ସତ୍ୟ ପଥ
ପୂର୍ଣ୍ଣ ମନୋରଥ
କରୁଣା କର ଠାକୁର।
ମୂର୍ଖ ଓ ଅଜ୍ଞାନୀ ମୁହିଁ
ନମଃ ଶିବାୟର
ଗୁଞ୍ଜୁ ଥାଉ ରାବ
ସର୍ବାଙ୍ଗ ଶରୀର ମୋର !!