ଜାଗି ଉଠୁ ଆଜି ବିପ୍ଳବର ସ୍ୱର
ଜାଗି ଉଠୁ ଆଜି ବିପ୍ଳବର ସ୍ୱର
ବହୁତ ଅନୁଭବ ଅଛି, ଚାଷୀ ଓ ଶ୍ରମିକର
ଏହାର ସୃଷ୍ଟି ଶ୍ରମଜୀବି ମଣିଷ ବିଶ୍ଵାସର
ଶ୍ରମରୁ ଥିବା ସେହି ଅନୁଭବ ତ ହୃଦୟର
ଅଛି ସମ୍ମୋହନ ମନ୍ତ୍ର ଚାଷୀ ଓ ଶ୍ରମିକର
ଅପସଂସ୍କୃତି ଆଜି ସୃଷ୍ଟ ପୁଂଜିବାଦର
ମାଡ଼ି ଦିଏ ହିଂସା ଦ୍ୱେଷ ସଂପର୍କ ଭିତର
ନାରୀ ଦୁର୍ବଳା ପିତୃକୈନ୍ଦ୍ରିକ ସମାଜରେ
ସମସ୍ତ ପ୍ରକାର ଅତ୍ୟାଚାର ସହ୍ୟ କରେ
ଭ୍ରୁଣ ହତ୍ୟା ନାରୀ ଧର୍ଷଣ ଅନେକ ନିର୍ଯ୍ୟାତନା
ନମସ୍ୟ ନାରୀଗଣଂକୁ ଅତ୍ୟାଚାର ଜଣା
ମନ ଦୃଢ ରହେ ବଡ ଝଡ ବତାସରେ
ସକାରାତ୍ମକ ଚିନ୍ତା ଆସିଲେ ଜୀବନରେ
ଶ୍ରମିକ ଆଉ ଚାଷୀ ଦୁହେଁ ସଖା ଦୁହିଁଂକର
ଶକ୍ତି ବଢେ ଏକତା ଥିଲେ ସେହି ଅଭେଦ୍ୟ
ସମ୍ପର୍କର
ଅନ୍ୟାୟ ଅନୀତି ବଢୁଛି ସମାଜରେ
ନୀରବ ଆଜି ଜନତା ସବୁ ଦେଖିରେ
ହେବନି କ୍ରାନ୍ତି ଏଠି, କିଛି ଲୋକ ଭାବନ୍ତି
ନେତାଏ ପୁଲିସ ଲଗେଇ ସାବାଡ କରନ୍ତି
ନାରୀଂକୁ ଜାଗ୍ରତ ହୋଇ ସମାଜକୁ ଦେଖ,
ସହିଷ୍ଣୁତାର ସୀମା ଅଛି ଜାଗ୍ରତର ମନ ରଖ
ଆଜିର ସମସ୍ୟା ହାତ ଠାରି ଡାକି କହୁଛି
ଆମକୁ
ଲେଖନୀ ମୁନରେ ବିପ୍ଳବର ବାର୍ତ୍ତା ଜାଗ୍ରତ
କରାଇବାକୁ
ଲେଖି ଚାଲ ସ୍ରଷ୍ଟା, ଡରୁଛ ତୁମେ କାହିଁ ପାଇଁ,
ଅନ୍ୟାୟ ଅନୀତିକୁ ବିରୋଧ କର ସ୍ୱର
ଉତ୍ତୋଳନ ଦେଇ
ଜାଗିଉଠୁ ଆଜି ବିପ୍ଳବର ସ୍ୱର ସ୍ରଷ୍ଟାର,
ସୃଷ୍ଟିରେ ବାର୍ତ୍ତା,
ନିଶ୍ଚୟ ଦିନେ ତୁମେ ହୋଇବ କ୍ରାନ୍ତି
ବିପ୍ଳବର କର୍ତ୍ତା।
