ଇରା
ଇରା
ଇରା ଏକ ଏମିତି ପକ୍ଷୀ
ଉଡେ ଡେଣା ଝାଡେ କୁହୁ ତୋଳେ
ଶୁନ୍ୟ ବୃକ୍ଷରେ ପୁଣ୍ୟର ନଦୀରେ
ସମାନ୍ତର ଗତି ପଥ ତାରେ l
ଇରା ଏକ ଏମିତି ବୃକ୍ଷ
ଛାଇ ଦିଏ ଫୁଲ ଫଳ ଦେଇ
ମନମୋହି ନେଇ ଓଁକାର ସ୍ଵରେ ଗାଏ
ଇରା ଏକ ଏମିତି ଆକାଶ l
ମୌସୁମୀ ବାରମାସ
ସ୍ୱଚ୍ଛତା ପରିପ୍ରକାଶ
ଚାନ୍ଦ ଉଏଁ ତାରା ଫୁଲ ଫୁଟେ ମୁଠେ
ଇରା ବି ଏକ ନଦୀ l
ସନ୍ତରଣ ଶିଖାଏ ସ୍ୱଚ୍ଛ ଧିମା ଗତିରେ ବହୁଥାଏ
ସେଇକାଳୁ ଆଜିଯାଏଁ
ଅତୀତକୁ ଚାହିଁନି ପଛରୁ ସ୍ମୃତି ଶାମୁକା l
କେତେଟା ଗୋଟାଇ କରିଛି କଉଡ଼ି
ଆଗକୁ ଅଛି କଣ କୋଉ ପାଳ ଦଉଡି
ବର୍ତ୍ତମାନକୁ କରିଛି ମୁଠାଏ କାଇଁଚ l
ତୋର ମୋର ନାଲି ନାଲି ପାଇଁଚ
ଇରା ତୋଳୁଛି ଭାଇଚାରା ଫୁଲ
ପ୍ରଜାପତିକୁ କରିଛି କେତେ ଗେଲ
ଇରା ମୋତିଟିଏ ସଂସ୍କୃତିରେ ନାହିଁ ମୂଲଚାଲ
ଆଗକୁ କରୁ ନିଶ୍ଚୟ ହୁଲସ୍ତୁଲ l
