Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Badi

Fantasy

4  

Puja Badi

Fantasy

ଇଚ୍ଛା

ଇଚ୍ଛା

1 min
349


ଲୁଚି ଲୁଚିକା ପ୍ରେମ ଯେ ଆମର

ରହିଛନ୍ତି ପୁଣି କେତେ ସାକ୍ଷୀ,

ରହିଛି ହୃଦୟେ କେତେ ଯେ ପ୍ରେମ 

ଝୁରୁଛି ପୁଣି ପ୍ରେମଭରା ତମର ସ୍ମୃତି ।


ପ୍ରେମ ସାଗରେ ଯେ ଲହରୀ ମାରୁଛ

ମାଛରଙ୍କା ହୋଇ ହଉଛି ମୁଁ ଖୁସି,

ସାଗରିକା ହୋଇ ସାଗରେ ରହୁଛି

ବର୍ଷା ହୋଇ ପୁଣି ତମେ ବର୍ଷୁଛ ।


ସାଗରେ ସାଗରେ ହୋଇଛି ଯେ ଲେଖା

ତମର ମୋର କେତେ ଯେ କାହାଣୀ,

କାହାଣୀ କହୁଛି, ଶୁଣ ଏ ଧରଣୀ

ଝୁରୁଛି ପୁଣି ସେ ଅଭୁଲା କାହାଣୀ ।


ମହାରାଣୀ କରି ସାଜିଥିଲ ସତେ

ରହୁଛି ମୁଁ ଏବେ ଏକା ଏକା,

କାହାକୁ କହିବି କେମିତି ମୁଁ ସତେ

ଝୁରୁଛି ମୁଁ ତମକୁ,ଲାଗୁଛି

ଆଉ ନାହିଁ ମିଳନର ମୌକା ।


ହସୁଥିଲ,ଖେଳୁଥିଲ,ରହୁଥିଲ

ମୋ ସାଙ୍ଗେ ଯେମିତି

କୁଆଡେ ଗଲା ସେ ପ୍ରେମ,

ଖୋଜିଲେ ଆଉ ମିଳୁ ନାହଁ ତମେ 

ହେଲେ ବି ଖୋଜୁଛି ବାରମ୍ବାର ।


ରାଗିକରି ମଧ୍ୟ ରାଗି ପାରୁନାହିଁ

ଭଲ ଯେ ତମକୁ ପାଉଅଛି,

ରାଗିବି ରୁସିବି କେମିତି ତମକୁ

ହୃଦୟେ ଯେ ତମେ ସ୍ମୃତି ରହିଅଛି ।


ହୃଦୟ ଯେ ଭାଙ୍ଗିଲ ସତେ

କେତେ ଯେ ପ୍ରେମ ମତେ କରୁଥିଲ,

ପ୍ରଥମେ ପ୍ରେମର ଖୁସି ବାଢ଼ିଦେଲ ନିଜ ହାତେ

ଏବେ ନିଜ ଖୁସିଲାଗି ଦୁଃଖର ଲୁହ

ମତେ ହିଁ ପିଆଇ ଦେଲ ।


ରହିଛି ଆଶା ପୁଣି ଭରସା

ବୁଝିବ ମତେ ଦିନେ ନା ଦିନେ,

ଆକାଶ ଅଛି ଧରା ବି ଅଛି

ଚଞ୍ଚଳା ମନ ଆଜି କହୁଅଛି ।


Rate this content
Log in

Similar oriya poem from Fantasy