Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Comedy Tragedy

3  

Lalita Mohan Dash

Comedy Tragedy

ହସିଲେ ଶିଶୁ ଜଗତ

ହସିଲେ ଶିଶୁ ଜଗତ

1 min
117


ହସରେ ଯାହାର ଫୁଟେ ଶତଦଳ

  ପୀୟୂଷ ଭରେ ଅନ୍ତରେ 

ପକ୍ୱ ବିମ୍ବ ଓଷ୍ଠେ ଦରୋଟି କଥା ତା'

  ମନ କିଣିନେଇ ପାରେ  

  ଅମୂଲ୍ୟ ଦାନ ସୃଷ୍ଟିର

ସେନେହ ଶରଧା ବାଣ୍ଟୁଥାନ୍ତି ସଦା

  ସଭିଙ୍କୁ କରି ନିଜର ।


ସେହିମାନେ ପରା ଛୋଟଛୋଟ କଳି

  ଏହି ବିଶ୍ୱ ବଗିଚାରେ  

ପ୍ରସ୍ପୁଟିତ ହୋଇ ସୁବାସ ବାଣ୍ଟିବେ

  କୋଟି ସୁମନ ମେଳରେ  

  ସରଳ ସେ ମୁଖଶ୍ରୀରେ

ନିର୍ମଳର ଭାବ ଆଙ୍କି ହୋଇଥାଏ

  ନିଷ୍କପଟତା ତୁଳିରେ ।


ଆଜିର ଯେ ଶିଶୁ କାଲି ନାଗରିକ

  ଦେଶର ସେ ଭବିଷ୍ୟତ 

ଭାରତବର୍ଷଟି ହୋଇବ ସମୃଦ୍ଧ

  ହସିଲେ ଶିଶୁ ଜଗତ  

  ତାଙ୍କର ଉନ୍ନତି ପାଇଁ

ସତ୍ୟ ଓ ସଂସ୍କାର ପରଶେ ଗଢିବା

  ମୂର୍ତ୍ତିକାର ଆମେ ହୋଇ ।



Rate this content
Log in

Similar oriya poem from Comedy