STORYMIRROR

Sahadev Behera

Tragedy Fantasy

3  

Sahadev Behera

Tragedy Fantasy

ହସ

ହସ

1 min
258


ଚୁନି ଚୁନି ହସର ଗାଲିଚା

କଅଁଳ ମଖମଲି ଗାଲେ

ଲେସି ଦିଏ

ଇମ୍ପୋଟେର୍ଡ ବ୍ରାଣ୍ଡର

ଲୋସନ ଆଉ

ଚମକାଏ ଦେହଟାକୁ

ସତେଜ ଫୁଟିଲା

ଅସ୍ତରାଗ ଗୋଲାପରେ ll

ଲୁଚି ଲୁଚି ଯେବେ ଦେଖେ,

ଚର୍ମ ତଳେ ବସା ବାନ୍ଧିଥିବା

ମେଞ୍ଚା ମେଞ୍ଚା

ପୂତ୍ତିଯୁକ୍ତ ମାଂସର ସହରକୁ

ଆଇଁସିଣିଆ ଗନ୍ଧଟା

ନିମିଷେ ନାକଟା

ବନ୍ଦ କରିବାକୁ

ବାଧ୍ୟକରେ ll

ବିବସ୍ତ୍ର ଶରୀର

ତନ୍ନ ତନ୍ନକରି

ପରଖିବାର ନିଶା

ଘେରିଥିବା ବିଲୁଆ କୁକୁରଙ୍କ

ଅନ୍ତହୀନ ପ୍ରତିଯୋଗିତା,

ତୃଷିତ ମନେ ସ୍ପର୍ଶର ଲାଳସା

କ୍ଷୁଧାର୍ତ୍ତ ଜିହ୍ଵା ହଜିଯାଏ

କାମନାର ଅଶାନ୍ତ ତୃପ୍ତିରେ ll

ସଫେଦ ବିଛଣା

ଲମ୍ବିଥିବା ମନ୍ଥିତ ରକ୍ତନଳୀ

କରିଦିଏ ଖିନ୍ ଭିନ୍

କେଇଖଣ୍ଡ କଞ୍ଚା ମାଂସ,

ଡାକ୍ତର ସେବିକାଙ୍କ

ବେପରୁଆ ଅସ୍ତ୍ରୋପଚାର

ଧାରୁଆ ଛୁରୀରେ ll

ତଥାପି

ମନଟା କାହିଁ ବୁଡି ରହେ

ଆତ୍ମଗାରିମାର ମହୋଦଧି

ଅବା ସ୍ବାଭିମାନୀ

ମଣିଷ ପଣିଆ,

ଉର୍ଦ୍ଧକୁ ଉଠିଥିବା

ଶବ୍ଦଭେଦି ହାବେଳିର

ଝକ୍ ମକି ଆଲୋକ ମାଳାରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy