STORYMIRROR

Bidyutprabha Gantayat

Romance

2  

Bidyutprabha Gantayat

Romance

ହର୍ଷ ଗୀତି

ହର୍ଷ ଗୀତି

1 min
13.3K


ଏକ

ସବୁଜ ଘାସ ଓ ସମୟର କାଶତଣ୍ଡୀ

ଭଲପାଇବାର ନିଶାରେ ବିଭୋର

ତୁମ ନୀରବତାର ଗବାକ୍ଷ ଫାଙ୍କରୁ

ଭାସିଆସେ ଦମକାଏ ପଵନରେ

ବନାନୀର ବିଭୋର ରାଗିଣୀ

ମୋ ନିଷ୍ଠାର ସଫେଦ ଗୋଲାପ

ପାଖୁଡା ମେଲାଏ।

ଦୁଇ

ଆତ୍ମା ଛନ୍ଦି ହୁଏ

ଆହ୍ଲାଦର ଆଲିଙ୍ଗନେ

କାଳ, ସମୟର ଖବର ରଖେନା

ଖୋଜିବୁଲେ କେଉଁ ବର୍ଷିୟାନ

ବୃକ୍ଷ କୋରଡ଼ରେ ଦ୍ବା-ସୁପର୍ଣ୍ଣା

ମଗ୍ନ ଦୁଇ ପକ୍ଷୀ ଙ୍କର

ହୃଦୟରୁ ହୃଦୟକୁ ସଂଚରୁଥିବା

ସ୍ପଟିକରୁ ବିଶ୍ୱାସର ମୁଠାଏ ରଶ୍ମୀକୁ

ପାରଦର୍ଶୀ ମନଟିଏ ଲୋଡା

ସବୁଜ ଘାସ,

ସଫେଦ ଗୋଲାପ

ଓ ବିଶ୍ୱାସର ପକ୍ଷୀ ମାନଙ୍କ ପାଇଁ

ପଦଟିଏ ଗାଇବାକୁ।



*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance