Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ହରୀ ନାମ କୀର୍ତ୍ତନ ନବ ବର୍ଷେ

ହରୀ ନାମ କୀର୍ତ୍ତନ ନବ ବର୍ଷେ

1 min
49



ଚୈତ୍ରମାସେ ଗୁଞ୍ଜେ ନାମ ରାଧାକୃଷ୍ଣ 

କଳାବାଡିଆ ! ଉଚ୍ଛନ୍ନ

ତତ୍ପର ଅଛନ୍ତି ଆୟୋଜନେ ତାର

ଭକ୍ତି ପଦେ ରାଧା କୃଷ୍ଣ।

କୀର୍ତ୍ତନ ପାର୍ଟି ଦୂରର

ହେବ ଭକ୍ତିମୟ ପବିତ୍ର ଧରଣୀ 

ହୋଇବ ଅନିଷ୍ଟ ଦୂର !!


ମଧୁ ଅମାବାସ୍ୟା ବାର ସୋମବାର

ହେଉଛି ଗନ୍ଧାଧିବାସ

ମନ୍ତ୍ର ଉଚ୍ଚାରଣ କରି ଶୁଭାରମ୍ଭ

ପହର ପରା ଚବିଶ

ଗାଆଁ ଯେ ସାରା ହରଷ

ପ୍ରେମ ପ୍ରୀତି ଶ୍ରଦ୍ଧା ଅଜାଡି ଦିଅନ୍ତି

ନାମ ରାଧାକୃଷ୍ଣ ରସ !!


ବ୍ରାହ୍ମଣ ବୈଷ୍ଣବ ଦେବ ଆବାହନ

ପ୍ରଭୁ ମନ୍ତ୍ର ପାଠ କରି

ବୈଷ୍ଣବ ଭକ୍ତିରେ ଧରାଇ ଦେଲାଟି

ମୁକ୍ତିର ନାମର ଡୋରି।

ରାଧାକୃଷ୍ଣ ନାମ ଧରି

ପ୍ରଭୁ ନାମ ମନ୍ତ୍ର ରାଷ୍ଟ୍ରର ମଙ୍ଗଳ

ଆଣିବ କୀର୍ତ୍ତିକୁ ଭରି !!


ବଙ୍ଗାଳ ବିହାରୁ କୀର୍ତ୍ତନ ପାର୍ଟିଯେ

ଗାଇବେ ଟି ରାଧାକୃଷ୍ଣ

ତିନି ଦିନ ତିନ ରାତ୍ରି ଗୁଞ୍ଜିବରେ

ରାଧାକୃଷ୍ଣ  ରାଧାକୃଷ୍ଣ।

ଗାଆଁ ଆଜି ଭକ୍ତିମୟ

ଦୂର ହୋଇଯିବ ହିଂସା ଦ୍ବେଷ ଭାବ 

କାମନା ପୂର୍ଣ୍ଣ ନିଶ୍ଚୟ !!


ହରୀ ହାଟ ଲାଗି ରହି ଅଛି ଭାଇ

ଲକ୍ଷ୍ମୀ ତହିଁ ଆବିର୍ଭାବ

ନିଅ ଖାଅ ଖାଅ ଗୁଞ୍ଜୁ ଅଛି ତହିଁ

ରହି ଅଛି ଭକ୍ତିଭାବ।

ସୃଷ୍ଟିକର୍ତ୍ତା ବ୍ରହ୍ମାଣ୍ଡର

ହରୀଙ୍କ କୀର୍ତ୍ତନେ ବୈକୁଣ୍ଠ ଗମନ

ମିଳିବ ପ୍ରଭୁଙ୍କ ଦ୍ବାର !!


ଅନ୍ନବ୍ରହ୍ମ ଦାନ ମହା ପୂନ୍ୟ ପରା

ହରୀଙ୍କ ନାମ କୀର୍ତ୍ତନ

ଅତି ଉତ୍ସାହିତ କଳାବାଡିଆ ଗାଁ

ପ୍ରଭୁଙ୍କ ନାମ ଭଜନ।

ରାଧାକୃଷ୍ଣଙ୍କ ପୂଜନ

ବୈଭବରେ ପୂର୍ଣ୍ଣ ହୋଇବ ଭାରତ

ନାମ ରାଧା କୃଷ୍ଣ ଶ୍ବନ୍ନ !!


ହିନ୍ଦୁ ନବ ବର୍ଷ ଶୁଭାରମ୍ଭ ପୁଣି

ଚୈତ୍ର ଶୁକ୍ଳ ପ୍ରତିପଦା

ବ୍ରହ୍ମଙ୍କର ଦ୍ବାରା କାଳର ଗଣନା

ପବିତ୍ର ଦିନରେ ସଦା

ରାଜ୍ୟଭିଷେକ ରାମଙ୍କ

ଯୁଧିଷ୍ଠିରଙ୍କର ରାଜ୍ୟଭିଷେକଟି

ନବରାତ୍ର ଟି ଦୁର୍ଗାଙ୍କ !!


ପବିତ୍ର ଦିନରେ ଗାଆଁରେ କୀର୍ତ୍ତନ

ଅତି ଶୁଭଦିନ ପରା

ଶକ୍ତିସ୍ବରୂପଣୀ ବାସନ୍ତୀ ପୂଜନ

ହେଉଛି ପ୍ରଦେଶ ସାରା

ଦେଶ ଆମ ସନାତନୀ

ସଂସ୍କୃତି ସଂସ୍କାରେ ଭୂଷିତ ଭାରତ

କର୍ତ୍ତବ୍ୟେ ଜଡ଼ିତ ଜ୍ଞାନୀ !!


Rate this content
Log in

Similar oriya poem from Abstract