Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisha Panda

Romance Tragedy

4.0  

Monalisha Panda

Romance Tragedy

ହୃଦୟ

ହୃଦୟ

1 min
208



ଦୁଃଖ ସୁଖ ର ସମାହାରେ

ଏଇ ମୋ ହୃଦୟ

ସହ୍ୟ କରି ଯାତନା କଷଣ

କରୁଛି ମିଛ ଅଭିନୟ ।।

ଅନେକ ଯନ୍ତ୍ରଣା ଓ ଯାତନା 

ଚାପିଦେଇ ଛାତି ତଳେ

ସ୍ମିତ ହାସ୍ୟ ର ଦେଇ ଝଲକ୍

ମୋ ଚତୁଃପାର୍ଶ୍ଵରେ ମୁଁ ଘୂରି ବୁଲେ ।।

ନ କରି କାହା ଉପରେ ଅଭିମାନ

ନ କରି କାହା ସହ କଳି

ମନେ ମନେ ମୁଁ ଦେଉଥାଏ

ଏଇ ମୋ ହୃଦୟ କୁ ଗାଳି ।।

ଏତେ ନିରୀହ ନିଷ୍କପଟ କେମିତି ଯେ ହେଲା 

ଏଇ ମୋ ହୃଦୟ

ଅଳ୍ପକେ କରିନେବ କିଏ

ତା ଉପରେ ବିଜୟ ।।

ସଭିଏଁ କୁହନ୍ତି ମତେ ନାନାଦି କଥା

ହେଲେ କରି ପାରେନି କାହାର ପ୍ରତିଉତ୍ତର

କାହିଁକି କେଜାଣି ଏଇ ହୃଦୟ

ସହ୍ୟ କରି ନିଏ କଥା ସଭିଙ୍କର ।।

ରେ ମୋ ହୃଦୟ

ବୁଝି ପାରୁନି ତୋ କଥା

ନ ଦେଇ ସଭିଙ୍କୁ ପ୍ରତି ଉତ୍ତର 

ଦେଉଛୁ ତୁ ମତେ ଅନେକ ବ୍ୟଥା ।।


      


Rate this content
Log in

Similar oriya poem from Romance