ହୋଲିର ରଙ୍ଗରେ ମୋ ପ୍ରିୟା
ହୋଲିର ରଙ୍ଗରେ ମୋ ପ୍ରିୟା
ତୋ ଦୁଇ ଆଖିର କଜଳ ଗାର
ମୋ ହାତେ ରଙ୍ଗବେରଙ୍ଗ ଅବିର
ତୋ ଦେହେ ପିନ୍ଧିଚୁ ଧଳା ଚୂର୍ଦାର
ମୋ ମନେ ଉଠିଛି ଆଜି ଜୁଆର ।
ରାଗ ଅଭିମାନ ଯା ଲୋ ଭୁଲି
ଆସେ ଖେଳିବୁ ମୋ ସହ ହୋଲି
ରଙ୍ଗ ମୁଁ ବୋଳିବି ତୋ ଦେହ ସାରା
ତୁ ମୋ ଜୀବନ ସିନ୍ଧୁ ଟେ ପରା ।
ନାଲି ରଙ୍ଗ ତୋର ମଥାରେ ଦେବି
ତୋତେ ମୋ ହୃଦୟ ରାଣୀ କରିବି
ତୋ ହାତରେ ଶଙ୍ଖା ଦେବି ପିନ୍ଧାଇ
ଲାଗିବୁ ଅପସରା ପରି ଲୋ ତୁହି ।
ଅଭିମାନ ମନୁ ହଜାଇ ଦେଇ
ରାଗ ଭୁଲି ରଙ୍ଗ ଦେ ଲଗାଇ ।

