STORYMIRROR

Pragati Biswal

Others

3  

Pragati Biswal

Others

ଅଲୋଡ଼ା ପ୍ରେମିକ

ଅଲୋଡ଼ା ପ୍ରେମିକ

1 min
250

ମରୁଭୂମି ପ୍ରାନ୍ତରରେ ଏକାକୀ ପଥିକ,

ଦୁଃଖଭରା କବିତା ମୋ ଅନ୍ତର କମ୍ପିତ।


ତୁମର ସୁନ୍ଦର ମୁଖ ଦେଖିବାକୁ ମନ

ରାତିର ଅନ୍ଧାର ଘରେ ବିତାଉଛି ଦିନ।


ଭୁଲୁଣ୍ଠିତ ପ୍ରେମିକ ମୁଁ ଶବ୍ଦ ଦିଗହୀନ

ଦୁର୍ଲଭ ତୁମର ରୁପ ଦେଖିବାକୁ ମନ ।


ଅମୃତ ନାଆଁରେ କହି ଦେଲ ମୋତେ ବିଷ,

ବିଷରେ ମରୁଚି ଆଜି ଛାଡେ ମୋ ନିଃଶ୍ୱାସ।


ଆସିଥିଲ କିଛିକ୍ଷଣ ସାଜି ମୋ ସଜନୀ,

ଦେଇ ଯାଉ ଅଛ ଆଜି ବିଦାୟ ରଜନୀ।


ସ୍ୱାର୍ଥପର ଥିଲୁ ପ୍ରିୟା,ଲୋଡା ତୋର ଟଙ୍କା,

ଟଙ୍କା ମିଳିଲାନି ବୋଲି ଦେଲୁ ମୋତେ ଧୋକା ।


ବାହାଘର ଆଜି ତୋର,ମୁଁ ସାଜିଛି ନିଃସ୍ୱ,

ଜୀବନ ତୋର ସିନ୍ଦୂର, ମୋ ଜୀବନ ଶେଷ (ମୃତ୍ୟୁ)।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍