ବୃଦ୍ଧାବସ୍ଥା ର ରୋମାନ୍ସ
ବୃଦ୍ଧାବସ୍ଥା ର ରୋମାନ୍ସ
(କଥୋପକଥନ ଶୈଳୀ)
(ବୃଦ୍ଧା )
ପ୍ରେମ କଣ ଦେଖେ ଯୁବା କି ବୃଦ୍ଧା ?
ମୁଁ ତୁମ ପ୍ରେମରେ ହୋଇଛି ଛନ୍ଦା
ମଦୀରା ସାଗରେ ଦିଅ ଭିଯାଇ
ତୁମେ ମୋ ଦେହ ମୁ ତୁମ ଛାଇ ।
ରାତି ପହିବାକୁ ଆହୁରି ବାକି
ମିଶାଓ ମୋ ସହ ଆଖିରେ ଆଖି
ଭିଯିବ ତୁମେ ବି ପ୍ରୀତିର ରଙ୍ଗେ
ରମ୍ଭା ସଜୀବ ମୋ ଭୂଜ ତରଙ୍ଗେ ।
ସନ୍ତାନ, ପତ୍ନୀ କୁ ଦେଇଛି ଛାଡ଼ି
ୟେ ବୃଦ୍ଧା ଯାଇଛି ପ୍ରେମରେ ପଡ଼ି
ତୁମେ ଗୋ ଯୁବତୀ ଅତି ସୁନ୍ଦର
ତୁମ ରୂପ ଦେଖି ମନ ବିଭୋର ।
ମୋ ପତ୍ନୀ ନିରୀହ ନଜାଣେ କିଛି
ଅତି ସ୍ବାମୀ ଭକ୍ତି ତା ହୃଦେ ଅଛି
ଅଫିସ୍ ନାଁ ରେ ଆସିଚି ଧାଇଁ
ତୁମ ସହ ମଦ୍ୟ ପିଇବା ପାଇଁ ।
ତୁମକୁ ମୁଁ ଦେବି ଅଧିକା ଟଙ୍କା
ପ୍ରେମ କରୁଛି ମୁ ଦେବିନି ଧୋକା
ସବୁ ସ୍ଵପ୍ନ ତୁମ ହବ ସାକାର
ତୁମେ ସଜୀବଗୋ ରାଣୀ ମୋହର ।
ଡେରି କରନି ଗୋ ପ୍ରିୟା ମୋହର
ପ୍ରେମକୁ ମୋର ଗୋ କର ସ୍ବୀକାର
ରାତି ଯାଉଅଛି ସରି ସରିକା
ଉତ୍ତର ଦିଅଗୋ ମୋର ପ୍ରେମିକା ।
(ଯୁବତୀ )....
ସୁନ୍ଦରତା ଦେଖି ଆସିଚ ଚାଲି
କହୁଚ ତୁମେ ମୋ ପ୍ରେମିକ ବୋଲି
ମୋ ସହ ମିଶିଚ କେତିକି ଦିନ
ଚିହ୍ନିଛ କି ମୋର ପ୍ରକୃତ ମନ ?
ମୋ ଭାଇ ସଂଗ୍ରାମ ଦୁର୍ଘଟଣାରେ
ଗୋଡ଼ ହାତ ଭାଙ୍ଗି ପଡ଼ିଛି ଘରେ
ତା ଖର୍ଚ୍ଚ ପାଇଁ ମୁ ହୋଇଛି ମୁକ
ଭୁଲିଛି ନିଜର ସକଳ ସୁଖ ।
ଲୋକଙ୍କର କିଛି ଖରାପ ଆଖି
ପଡ଼ିଛି ମୋ ଦେହ ସୌନ୍ଦର୍ଯ୍ୟ ଦେଖି
ପରିସ୍ଥିତି ର ମୁ ହୋଇଛି ଦାସ
କ୍ଷମା କରିବ ଗୋ ବୃଦ୍ଧା ବୟସ୍କ ।
ଘର ତୁମ ସ୍ୱର୍ଗ, ସେହି ମନ୍ଦିର
କୁତ୍ସିତ ଭାବନା କରି ଗୋ ଦୂର
ମଦ ଦିୟେ ନାହିଁ ସକଳ ସୁଖ
ପର ଝିଅ ବୋହୂ ନୁହେଁ ସମ୍ପଦ ।
ଗୋ ବୃଦ୍ଧା ! ବୟସ୍କା ମୋର ପ୍ରଣାମ
ତୁମେ ମୋର ପିତୃପିତା ସମାନ ।

