STORYMIRROR

Pragati Biswal

Romance Others

3  

Pragati Biswal

Romance Others

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
195


ତୁମକୁ ଭାବିଲେ ଭାବନାର ସୀମା 

ଭାଙ୍ଗେ ଖାଲି ବନ୍ଧବାଡ 

ତୁମକୁ ଚାହିଁଲେ ଖୁସି ହୋଇଯାଏ 

ଛୋଟ ହୃଦୟ ଟେ ମୋର ।


ତୁମେ ମୋ ସେଇ ଆଣ୍ଠୁଆ ଗୋପାଳ

ଯଶୋଦା ମା ର କାହ୍ନା 

ତୁମେ ସେଇ ମୋର ସତ୍ୟ ସନାତନ

ମୋ ଜୀବନ ଶେଷ ସୀମା ।


ଯଶୋଦା ଙ୍କ ଦୁଷ୍ଟ , ରାଧିକାର କୃଷ୍ଣ 

ମୀରା ର ସଙ୍ଗୀତ ସ୍ବର 

ତୁମେ ମୋ ଜୀବନେ ଅନ୍ତିମ ଆନନ୍ଦ 

ତୁମେ ମୋ ବଂଶୀ ମଲ୍ଲାର ।


ବସନ୍ତ ଋତୁର ମଳୟ ପବନେ

ତୁମେ ମୋ ଦୀର୍ଘ ନିଶ୍ଵାସ

ଦୁଃଖରେ ତୁମେ ଆନନ୍ଦ ରେ ତୁମେ 

ତୁମେ ପ୍ରେମ ମୋର, ତୁମେ ପ୍ରେମିକ ।


Rate this content
Log in

Similar oriya poem from Romance