STORYMIRROR

ABADHOOT PANDA

Classics

3  

ABADHOOT PANDA

Classics

ହୋଲିକୋତ୍ସବ

ହୋଲିକୋତ୍ସବ

1 min
244


ମଜାଦାର ହୋଲି ଆସୁଛି କାଲି ରଙ୍ଗ ବେରଙ୍ଗ ଅବିର ବୋଳି l

ଯୁବା ମାନସରେ ନବ ଉନ୍ମାଦନା ଭରି ମସ୍ତି କରାଇବ ଢଳି ଢଳି l


ବୃଦ୍ଧ ମାନସ ପଟ୍ଟରେ ଭସାଇ ଦେବ ସେ ଅତୀତ ରଙ୍ଗୀନ ସପନେ l

ଵୃଦ୍ଧା ଘରଣୀଙ୍କୁ ମନେ ଭରିଦେବ କୁମାରୀ ଜୀବନ ଗାଥା ଯତନେ l


ଗାଁ ଦାଣ୍ଡେ ଢୋଲ ବାଜିବ ନକଲି କୋକେଇ ନେବେ ଯୁବା କାନ୍ଧେଇ

ମୂଖରିତ ହେବ ଶୋଭା ଯାତ୍ରା ଜନ କଲରବେ ଗାଁର ଛାତି ଫୁଲେଇ


ଫଗୁ ଖେଳିବେ ରାଧାକୃଷ୍ଣ ଯୁଗଳ ମେଲଣ ପଡ଼ିଆ ଭକ୍ତ ମନ ତୋଷି

ରୁଷା ରୁଷି ହସା ହସି ଖେଳ ମୂର୍ତ୍ତି ଦ୍ଵୟଙ୍କ ଦେଖିବେ କେବଳ ଋଷି l


ରବି ଠାକୁର ଚାହିଁ ମର୍ତ୍ତ୍ୟକୁ ଦେଖିବେ ବିଶ୍ୱାପିତାମାତାଙ୍କ ହୋଲି

ସାତଘୋଡ଼ିଆ ରଥ ରୁକେନା ତାଙ୍କ ହାତେ ଅଛି ସୃଷ୍ଟି ରକ୍ଷଣ ଡୋରି


ପ୍ରତ୍ୟୁଷରୁ ଅପରାହ୍ନ ହେଲା ଆସି ଖରା ଆସିଲା ନଇଁ ଜନପଦେ

ହୋଲି ଢୋଲର ଶବଦ ଥମିବ ପ୍ରସାଦ ସେବନ ପ୍ରସ୍ତୁତି ଚାଲିବ l


ସନ୍ଧ୍ୟା ଆସିବ ଝୁମି ଝୁମି ହୁଳହୁଳି ଶଙ୍ଖମୃଦଙ୍ଗ ସଙ୍ଗୀତ ଶୁଣି ଶୁଣି

ବନ୍ଦାପନା ସାରି ଭୋଗ ଲାଗି କରିବେ ନନା ରାଧାକୃଷ୍ଣଙ୍କୁ ମନ୍ତ୍ର ପଢ଼ି


ଭୋଗଭୁଞ୍ଜି ଠାକୁର ଠାକୁରାଣୀ ଗାଁ ଚୌପାଢ଼ୀରେ ହେବେ ଆସୀନ

ଗାଁକଳାକାର ଗାଇବେ ଭଜନ ଖଞ୍ଜଣୀ ବଜାଇ ନ କରି ଥକା ମନ l


ପୋଡ଼ା ହେବ ମେଣ୍ଢା କୁଡ଼ିଆ ଦେଖିବେ ବିଶ୍ୱମାତାପିତା ସହର୍ଷେ

ଗାଁମୁରବୀ ଦୋଳ ପୁରୋଧା ସଭା କରିବେ କୋଠଘରେ ଉତ୍କର୍ଷେ l


ସାରୁ ସାରୁ ସଭା ବିତିଯିବ ତିନି ପ୍ରହର ପବନ ବହିବ ସୁଲୁ ସୁଲିଆ

ଯାତ୍ରା କ୍ଲାନ୍ତି ବଶେ ହାଇ ଆସିଯିବ ସଭିଏଁ ଶୋଇଯିବେ ବେପରୁଆ l

             


        
















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics